ବାଲିଗୁଡ଼ା ଥାନା ଅଞ୍ଚଳରେ ଆରମ୍ଭ ହେଲା ଅପରେସନ୍‌ ନୀଳ ଜହର

ବାଲିଗୁଡ଼ା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବାଲିଗୁଡ଼ା ଥାନା ଅଞ୍ଚଳରେ ଆରମ୍ଭ ହେଲା ଅପରେସନ୍‌ ନୀଳ ଜହର । କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳର ଲୋକେ କୁଚକ୍ରିଙ୍କ ପ୍ରୋଲଭନରେ ପଡ଼ି ନିଜ ବ୍ୟବସାୟ ଛାଡ଼ି ରାତାରାତି କୋଟିପତି ହେବାର ସ୍ୱପ୍ନରେ ବୁଡ଼ି ବେଆଇନ୍‌ ଗଞ୍ଜେଇ ଚାଷକୁ ଆପଣେଇଥିବା କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ୍‌ ପ୍ରଶାସନ ଏଥିପ୍ରତି ସତର୍କତା ଅବଲମ୍ବନ କରିଥିବା ଜଣାପଡ଼ିଛି । ବେଆଇନ୍‌ ଗଞ୍ଜେଇ ଚାଷ ଅଞ୍ଚଳରେ ଚଢ଼ାଉ ଆରମ୍ଭ କରିଛନ୍ତି କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଓ ରେବିଙ୍ଗିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏସଡିପିଓ ୟସ୍‌ ପ୍ରତାପ ଶ୍ରୀମଲଙ୍କ ନେତୃତ୍ୱରେ ଥାନା ଅଧୀକାରୀ ସୁଶାନ୍ତ ସାହୁଙ୍କ ସମେତ ସଶସ୍ତ୍ର ପୋଲିସ ଫୋର୍ସ ଓ ଅବକାରୀ ଅଧିକାରୀ ଏବଂ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ଉଭୟ ଅଞ୍ଚଳର ୩୨ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍‌ ଗଞ୍ଜେଇ ଗଛକୁ କାଟି ସେଥିରେ ନିଆଁ ଲଗାଇ ନଷ୍ଟ କରିଦିଆଯାଇଛି । ଯାହାର ଆନୁମାନିକ ମୂଲ୍ୟ ତିନି କୋଟି ୨୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନା ଟେଷ୍ଟ ନଂ ୨୬୭/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍‌ । ଅନ୍ୟପଟେ ଏହି ଅଭିଯାନ ଆଗକୁ ମଧ୍ୟ ଯାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ସୁଶାନ୍ତ ସାହୁ ।

Comments (0)
Add Comment