ଘୁ.ଉଦୟଗିରି:ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, କନ୍ଧମାଳ,ଘୁ. ଉଦୟଗିରି କାର୍ଯ୍ୟାଳୟ ଠାରେ କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧିତ ବିଭିନ୍ନ ବିଭାଗର ବୈଜ୍ଞାନିକ ଓ ଅଧିକାରୀମାନଙ୍କୁ ନେଇ ୨୭ ତମ ବୈଜ୍ଞାନିକ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ ତଥା ବରିଷ୍ଠ ବୈଜ୍ଞାନିକ ନାରାୟଣ ବାରଙ୍କ ଦ୍ୱାରା ମୁଖ୍ୟ ଅତିଥି ଡ଼. ଅଭିଜିତ ହଳଧର ବୈଜ୍ଞାନିକ ଆଇସିଏଆର, ଅଟାରି, କୋଲକାତା ଓ ଅନ୍ୟ ଅତିଥି ମାନଙ୍କୁ ସ୍ୱାଗତ କରାଯିବା ପରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି ବୈଠକ ଆରମ୍ଭ କରାଯାଇଥିଲା । ଏହି ବୈଜ୍ଞାନିକ ପରାମର୍ଶ ଦାତା ବୈଠକର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସ୍ଥାନୀୟ ଓୟୁଏଟି ଅଧିକାରୀ ତଥା ଡେପୁଟି ଡାଇରେକ୍ଟର ଡ. ହେମନ୍ତ କୁମାର ସାହୁ ସମସ୍ତଙ୍କୁ ଅବଗତ କରାଇଥିଲେ । ବୈଠକରେ ବରିଷ୍ଠ ବୈଜ୍ଞାନିକ ନାରାୟଣ ବାରଙ୍କ ଦ୍ୱାରା ବିଗତ ବର୍ଷର ଆକ୍ସନ ପ୍ଲାନ ଓ ଆସନ୍ତା ବର୍ଷ ମାନଙ୍କରେ କିଭଳି ଭାବରେ ସଫଳ ଓ ଲାଭଦାୟକ ଚାଷର ଆକ୍ସନ ପ୍ଲାନ୍ ପଢ଼ାଯିବା ସହ ସମସ୍ତ ଚାଷ ଓ ଚାଷ ସମ୍ବନ୍ଧିତ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଋତୁରେ କରାଯାଉଥିବା ବିଭିନ୍ନ ଫସଲ ଗୁଡ଼ିକର ସଫଳ ଚାଷ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା ।