ପାରଳାଖେମୁଣ୍ଡି ପୌର ପରିଷଦରେ ବିଜେଡିର ବାଜିମାତ, ପୌର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ନିର୍ମଳା ସେଠୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ ବିଜେଡି ଅକ୍ତିଆର କରିଛି । ପାରଳା ପୌର ପରିଷଦ ବିଜେଡି ପାର୍ଥିନୀ ନିର୍ମଳା ସେଠୀ ତେର ହଜାର ତିନି ଶହ ଅଶୀ ଭୋଟ ପାଇ ନିକଟ ବିଜେପି ପାର୍ଥିନୀ ଏମ୍‌ ରାଜେଶ୍ୱରୀଙ୍କୁ ୬ ହଜାର ଭୋଟରେ ପରାଜୟ କରିଛନ୍ତି । ବିଜେପି ପାର୍ଥିନୀ ୭୩୮୦ ଭୋଟ ପାଇଥିବା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପାର୍ଥିନୀ ଖଗେଶ୍ୱରୀ ବେହେରା ମାତ୍ର ୭୭୨ ଖଣ୍ଡ ଭୋଟ ପାଇ ନିଜର ଅମାନତ ହରାଇଛନ୍ତି । ପାରଳାଖେମୁଣ୍ଡି ପୌର ପାଳିକାର ମୋଟ ୧୬ ଟି ୱାର୍ଡରୁ ୧୪ ଟି ୱାର୍ଡରେ ବିଜେଡି କାଉନସିଲର ଓ ୨ ଟି ୱାର୍ଡରେ ବିଜେଡି କାଉନସିଲର ବିଜୟ ହୋଇଥିବା ଜଣାପଡ଼ିଛି । ବିଜେଡି ହାସଲ କରିବା ପରେ ବିଜେଡି କର୍ମୀ ନେତା ପୁଷ୍ପଗୁଚ୍ଛ ପୁଷ୍ପମାଲ୍ୟ ଦେଇ ନବ ନିର୍ବାଚିତ ପୌର ଅଧ୍ୟକ୍ଷା ଓ ୧୪ ଟି ୱାର୍ଡର ବିଜେଡି କାଉନସିଲରକୁ ସ୍ୱାଗତ କରିଥିଲେ । ପରେ ସହରରେ ଏକ ପଟୁଆରରେ ବାହାରି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିତିବା ପରେ ନବ ନିର୍ବାଚିତ ପୌର ଅଧ୍ୟକ୍ଷା ନିର୍ମଳା ସେଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ, ବିଜେଡି କର୍ମୀ ଓ ପାରଳାଖେମୁଣ୍ଡି ସହରବାସୀଙ୍କ ସହଯୋଗ ଦ୍ୱାରା ମୁଁ ନିର୍ବାଚିତ ହୋଇଛି । ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ଯୋଜନା ଲୋକଙ୍କ ଠାରେ ପହଞ୍ଚାଇବି । ଲୋକାଭିମୁଖୀ ଯୋଜନା ପାଇପାରିବେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ତା ଉପରେ ଗୁରୁତ୍ୱାରୋପ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଡକ୍ଟର ତିରୁପତି ପାଣିଗ୍ରାହୀ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ,ବିଜେଡି ବରିଷ୍ଠ ନେତା ବସନ୍ତ ଦାସ, ଲକ୍ଷ୍ମୀ କାନ୍ତ ପରିଚ୍ଛା, ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ, ଏନ ଶଙ୍କରି, ଜାମାଦାର ପଟ୍ଟନାୟକଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Comments (0)
Add Comment