ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିର ପରିସରରେ ମଙ୍ଗଳବାର ୨ୟ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ,ଜଙ୍ଗଲ ପରିବେଶ ଏବଂ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗେ ଦେଇ ଲୋଗୋ ଉନ୍ମୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ ପ୍ରଧାନ, ମହୋତ୍ସବ କମିଟି ସଭାପତି ଅଶୋକ କୁମାର ଅଗ୍ରୱାଲ, ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ହରଭଙ୍ଗା ବିଡ଼ିଓ ରବିନ୍ଦ୍ରନାଥ କହଁର, ପୁରୁଣାକଟକ ଥାନା ଅଧିକାରୀ ଜୋତ୍ସ୍ନା କାଉଁରୀ, ଅତିରିକ୍ତ ତହସିଲଦାର ହରିଓଁମ ଭୋଇ, ୮ ନଂ ଯୋନ ଜିଲ୍ଲା ପରିଷଦ ପ୍ରତିନିଧି ସୁଶାନ୍ତ ପ୍ରଧାନ, ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ, ହରଭଙ୍ଗା ବ୍ଲକ ସରପଞ୍ଚ ସଙ୍ଘ ସଭାପତି ନିହାର ଘୋଷ, ଭୈରବୀ ମହୋତ୍ସବ କମିଟି ଆବାହକ ସୁକାନ୍ତ କୁମାର ପଟ୍ଟନାୟକ ପ୍ରମୁଖଙ୍କ ସହ ମନ୍ଦିର କମିଟି ଏବଂ ମହୋତ୍ସବ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ରମେଶ ଚନ୍ଦ୍ର ତାରିଣୀଆ ପରିଚାଳନା କରିଥିଲେ ।