ଟନେଲ ଭୁଶୁଡିବା ଘଟଣା,ବୌଦ୍ଧ ଜିଲ୍ଲା ବିଜେପି ସଭାପତି କଲେ ସ୍ଥିତି ଅନୁଧ୍ୟାନ

ହରଭଙ୍ଗା :.ପୂର୍ବତଟ ରେଳ ବିଭାଗର ସର୍ବବୃହତ ଟନେଲ ଭୁଶୁଡିବା ଘଟଣା l ଖବର ପ୍ରସାରଣ ପରେ ରାତି ରାତି ଜେସିବି ଲଗାଇ ମାଟି ଭୁଶୁଡି ଥିବା ସ୍ଥାନ ପୋତିଲା ଠିକାସଂସ୍ଥା । ଗତକାଲି ଟନେଲରେ ସୃଷ୍ଟି ହୋଇଥିଲା ୫ ଫୁଟ ଗୋଲେଇ ଏବଂ ୩୦ ଫୁଟ ଗଭୀରର ଆଉ ଏକ ଗର୍ତ୍ତ କୁ ପୋତିଛି କାର୍ଯ୍ୟରତ ଠିକା ସଂସ୍ଥା । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ ଠାରେ ନିର୍ମାଣାଧୀନ ସର୍ବ ବୃହତ୍ତମ ଟନେଲ ଭୁଶୁଡିବା ପରେ ଗତକାଲି ଅପରାହ୍ନରେ ଆଉ ଏକ ସ୍ଥାନରେ ସୃଷ୍ଟି ହୋଇଥିଲା ବିରାଟ ଗର୍ତ୍ତ। ପୂର୍ବରୁ ଭୁଶୁଡି ଥିବା ସ୍ଥାନରୁ ମାତ୍ର 500 ମିଟର ଦୂରତା ସୃଷ୍ଟି ହୋଇଥିଲା ଏହି ଗର୍ତ୍ତ । ଗ୍ରାମବାସୀ ଏହାର ସୂଚନା ଦେଇଥିବା ବେଳେ ଦୈନିକ ହୀରାଞ୍ଚଳରେ ଖବର ପ୍ରସାରଣ ପରେ ଠିକା ସଂସ୍ଥା ଗାତଟିକୁ ରାତିଅଧିଆ ଜେସିବି ଲଗାଇ ପୋତି ଦେଇ କାର୍ଯ୍ୟ ତୁଟାଇ ଦେଇଥିବା ଦେଖିବାକୁ ମିଳିଛି ।ଆଜି ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ପୂର୍ବତନ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସମେତ ବହୁ ବିଜେପି କର୍ମୀ ଟନେଲ ଭୁଶୁଡିଥିବା ସ୍ଥାନକୁ ଯାଇ ସ୍ଥିତି ପରଖିଥିବା ଜଣାପଡିଛି l

Comments (0)
Add Comment