ଘୁନସର୍‌ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ୫-ଟି ହାଇସ୍କୁଲ ରୂପାନ୍ତରିତ ସମ୍ପର୍କିତ କାର୍ଯକ୍ରମ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଘୁନସରରେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଧାନ ଶିକ୍ଷକ ଐଶର୍ଯ୍ୟ କୁମାର ଦେବତାଙ୍କ ଅଧ୍ୟକ୍ଷତା କରିଥିବା ବେଳେ ୫-ଟି ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକର ଉପରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଏହି ଯୋଜନା ସଫଳ ପାଇଁ ସମସ୍ତ ଅଭିଭାବକ ସହଯୋଗ ଦେବାକୁ ପ୍ରଧାନଶିକ୍ଷକ ଅନୁରୋଧ କରିଥିଲେ । ଛାତ୍ରୀଛାତ୍ରଙ୍କୁ ପ୍ରତିଦିନ ସ୍କୁଲକୁ ପଠେଇବା ସହ ଘରୋଇ କାର୍ଯ୍ୟରେ ସେମାନଙ୍କୁ ବ୍ୟସ୍ତ ନ କରିବାକୁ ଅନୁରୋଧ କରିଥିଲେ । ବିଦ୍ୟାଳୟ ରୂପାନ୍ତର ହେଲେ ପିଲାମାନେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ, ବିଜ୍ଞାନଗାର ସହ ପାଠ ପଢ଼ିବାର ସୁଯୋଗ ପାଇବେ । ପରିବେଶ ସୁନ୍ଦର ତଥା ସୁରକ୍ଷିତ ହୋଇପାରିବ, ସେ ବିଷୟରେ ମଧ୍ୟ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜ୍ୟୋତିଷ ସାହୁ, ପୂର୍ବତନ ସମିତିସଭ୍ୟ ମୋହନ ସୁନା, ମାୟାଧର ସାହୁ, ବିଦ୍ୟାଳୟର ପୂର୍ବତନ ସଭାପତି ଭୂଜ ସାହୁ , ନାଏବ ସରପଞ୍ଚ କଳ୍ପତରୁ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ, ଛାତ୍ରୀ ଛାତ୍ର, ଅଭିଭାବକ ଉପସ୍ଥିତ ଥିଲେ ।

Comments (0)
Add Comment