ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲା,କୋର୍ଟରେ ୧୬୬ ପୃଷ୍ଠାର ଦ୍ବିତୀୟ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ବାଲେଶ୍ୱର: ବହୁଚର୍ଚ୍ଚିତ  ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ  ଟିମ୍‌ ଶନିବାର ଦ୍ୱିତୀୟ ଚାର୍ଜସିଟ୍‌ ଦାଖଲ  କରିଛି । ତଦନ୍ତକାରୀ ଅଧିକାରୀ ଇମାନ କଲ୍ୟାଣ ନାୟକଙ୍କ ଓ ଅନ୍ୟ ଜଣେ  ଅଧିକାରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଅପରାହ୍ଣରେ ପହଞ୍ଚି ୧୬୬ ପୃଷ୍ଠାର  ଚାର୍ଜସିଟ୍‌ ଦାଖଲ କରିଥିଲେ । ସେଥିରେ  ଛାତ୍ରୀଙ୍କ ଆତ୍ମହତ୍ୟାରେ ଗିରଫ  ଏବିଭିପିର କର୍ମକର୍ତ୍ତା ଶୁଭ୍ର ସମ୍ବିତ  ନାୟକ, ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କ  ସମ୍ପୃକ୍ତି ଅଛି କି ନାହିଁ ତାର ତଥ୍ୟ ପ୍ରମାଣ  ଅଛି । ସହଦେବଖୁଣ୍ଟା ପୁଲିସ୍‌ ଏଚ୍‌ଓଡି  ସମୀର କୁମାର ସାହୁ, ଅଧ୍ୟକ୍ଷ ଦିଲ୍ଲୀପ  କୁମାର ଘୋଷଙ୍କୁ ଗିରଫ କରିଥିଲା ।  ପରେ କ୍ରାଇମବ୍ରାଞ୍ଚ ଶୁଭ୍ରସମ୍ବିତ ଓ  ଜ୍ୟୋତିପ୍ରକାଶଙ୍କୁ ଗିରଫ କରିଥିଲା ।  ଏହି ଦୁଇ ଛାତ୍ର ନେତାଙ୍କୁ  ଆତ୍ମହତ୍ୟା କରିବାକୁ ଉସୁକାଇଥିବା  କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୋଗ କରାଯାଇ ସେହି ଅନୁସାରେ ଦଫା ଲଗାଯାଇଥିଲା ।  

ସୂଚନାଯୋଗ୍ୟ, ଗତ ୯ ତାରିଖରେ  କ୍ରାଇମବ୍ରାଞ୍ଚ ଏଚ୍‌ଓଡି ଶ୍ରୀ ସାହୁ, ଅଧ୍ୟକ୍ଷ  ଶ୍ରୀ ଘୋଷଙ୍କ ବିରୋଧରେ ୫୦୩  ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କରିଥିଲା ।  ସହଦେବଖୁଣ୍ଟା ଥାନାରେ ଏନେଇ  ମାମଲା ପଞ୍ଜୀକୃତ ହେବାର ୫୭ ଦିନରେ  ଏହି ଚାର୍ଜସିଟ୍‌ ଦାଖଲ କରାଯାଇଥିଲା ।

Comments (0)
Add Comment