ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ରୋୟାଲ ପଡ଼ିଆଠାରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ ଯାଏ ଆସିଥିବା ଏହି ମାରାଥନ ଦୌଡ଼କୁ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ ଓ ଉପାଧ୍ୟକ୍ଷା ମଲ୍ଲିକା ଦାନୀ ଶୁଭ ଉଦଘାଟନ କରିଥିଲେ । ଏହି ମାରାଥନରେ ବିଜେଡି ଉପ ସଭାପତି କଇରୁ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ କୁଶଳ, ପ୍ରକାଶ ସାହୁ, ଜନ୍ମେଜୟ ପାତ୍ର, ଯୋଜନା ବୋର୍ଡ ସଦସ୍ୟ ପିୟୁଷ ପଣ୍ଡା, ସୋମନାଥ ସାହୁ, ଆନନ୍ଦ ପାତ୍ର, ମହାଦେବ ମଲ୍ଲିକ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ଏହି ମାରାଥନରେ ବିଚାରକ ଭାବେ ମନୋରଂଜନ ତ୍ରିପାଠୀ, ସଞ୍ଜୟ ସାହୁ ଓ ଲଡୁ କିଶୋର ମଲ୍ଲିକ ଦାୟିତ୍ୱ ନିଭାଇଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ଏକ ଭବ୍ୟ ସମାବେଶରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ ନେତାଙ୍କ ଦ୍ୱାରା ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଛାତ୍ର ଓ ଯୁବ ଜନତା ପକ୍ଷରୁ ବିଭିନ୍ନ ନାରା ଦିଆଯାଇଥିଲା ।