ବୁଢିମା ମନ୍ଦିର ପ୍ରତିଷ୍ଠା ଉତ୍ସବ: ମହାଦେବ ଲିଙ୍ଗ ଓ ପାର୍ଶ୍ୱ ଦେବତା ମନ୍ଦିର ସ୍ଥାପନ

ସୁବର୍ଣ୍ଣପୁର : ଆଜି ଜ୍ୟେଷ୍ଠ ଶୁକ୍ଲ ପଞ୍ଚମୀ ତିଥିରେ ନୂତନ ବୁଢିମା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମନ୍ଦିରର ଅଧ ଉର୍ଦ୍ଧ୍ୱ ଶୋଧନ ସହ ମହାଦେବ ଲିଙ୍ଗ ଓ ବିଭିନ୍ନ ପାର୍ଶ୍ୱ ଦେବତାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରରେ ସ୍ଥାପନ କରାଯାଇଛି । ଆଜି ସକାଳୁ ଯଜ୍ଞମଣ୍ଡପରେ ବିଭିନ୍ନ ପୂଜାସହ ମନ୍ଦିର ନ୍ୟାସ ଅନୁଷ୍ଠିତ ହୋଇ ସମସ୍ତ ପାର୍ଶ୍ୱ ଦେବତାଙ୍କୁ ମନ୍ଦିରରେ ସ୍ଥାପନ କରାଯାଇଥିଲା । ଆଜି ଯଜ୍ଞମଣ୍ଡପରେ ହୋମ ଓ ଚଣ୍ଡୀ ପାଠ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ଶିଖରରେ ପାଞ୍ଚଟି କଳସ ସ୍ଥାପନ କରିଯାଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଯଜ୍ଞମଣ୍ଡପ ଅଷ୍ଟପ୍ରହରୀ ନାମ ମଣ୍ଡପ ଓ ମାଁ ବୁଢିମାଙ୍କର ଦର୍ଶନ ଲାଭ କରିଥିଲେ । ଆସନ୍ତା କାଲି ପୂର୍ଣ୍ଣାହୁତି ସହ ମାଁ ବୁଢିମାଙ୍କର ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି । ଆଜିଠାରୁ ଦୁଇଦିନ ଧରି ସର୍ବସାଧାରଣଙ୍କ ପାଇଁ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିବା ବେଳେ ମନ୍ଦିର ନିର୍ମାଣ କମିଟିର ଜନ୍ମେଜୟ ପାତ୍ର, ବି. ସତ୍ୟନାରାୟଣ ରାଓ, ପ୍ରଦ୍ୟୁମ୍ନ ପାତ୍ର, ଆନନ୍ଦ ପାତ୍ର, କୈଳାସ ପାତ୍ର, ସ୍ୱାଗତଂପାତ୍ର ,ବୈକୁଣ୍ଠ ପାତ୍ର, ଶ୍ୟାମ ଭାଇ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment