ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଅଭିଯୋଗ ଓ ଜନ ଶୁଣାଣି

ହରଭଙ୍ଗା :ବୌଦ୍ଧର ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗତ ମାସରେ ଅବସର ନେଲାପରେ ନୂତନ ଜିଲ୍ଲାପାଳ ଭାବେ ବୌଦ୍ଧ ଜିଲ୍ଲାରେ ନୃସିଂହ ଚରଣ ସ୍ୱାଇଁ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଜି ଶ୍ରୀ ସ୍ୱାଇଁ ବୌଦ୍ଧ ଜିଲ୍ଲାରେ ପ୍ରଥମ ଅଭିଯୋଗ ଓ ସମାଧାନ ଶିବିର କରିଛନ୍ତି । ଉକ୍ତ ଶିବିରଟି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବନ୍ଧାପଥର ପଞ୍ଚାୟତ ପରିସରରେ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ସମେତ ଉକ୍ତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ବିଡ଼ିଓ ସ୍ୱପ୍ନିତା ନାଏକ, ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂଙ୍କ ସମେତ ବ୍ଲକ ଓ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ସ୍ଥାନୀୟ ସରପଞ୍ଚ ଲଷ୍ମୀପ୍ରିୟା ପ୍ରଧାନ, ସମିତି ସଭ୍ୟା ଗୀତାଞ୍ଜଳି ବାରିକ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମୁଦାୟ ୧୪୯ଗୋଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ୧୪୧, ସାମୂହିକ ୮ଗୋଟି ଥିଲା । ତତ୍କାଳୀନ ୧୧୯ଗୋଟି ଅଭିଯୋଗର ସମାଧାନ ହୋଇଥିବା ବେଳେ ଜଣକୁ ହୁଇଲ ଚେୟାର ଓ ଜଣକୁ ଟ୍ରାଏ ସାଇକେଲ ପ୍ରଦାନ ସହିତ ରେଡ଼କ୍ରସ ପାଣ୍ଠିରୁ ୨ଜଣକୁ ୪୪୦୦ଟଙ୍କା ପ୍ରଦାନ ଓ ଭତ୍ତା ପ୍ରଦାନ କରାଯାଇଥିଲା ।

Comments (0)
Add Comment