ତୁର୍ଲାରେ ବନ ମହୋତ୍ସବ : ସଚେତନା ସଭା ସହ ବୃକ୍ଷରୋପଣ

ଖପ୍ରାଖୋଲ: ହରିଶଙ୍କର ବାନାଞ୍ଚଲ୍‌ ତୁର୍ଲା ଗାଁରେ ବନ ମହୋତ୍ସବ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ଗାଁ ଗୋଷ୍ଠୀ କେନ୍ଦ୍ର ସମ୍ମୁଖରେ ହରିଶଙ୍କର ବନପାଳ ସନ୍ଧ୍ୟାରାଣୀ ସେଠଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ, ମୁଖ୍ୟ ବକ୍ତା ରୂପେ ଆଇନଜୀବୀ ଦେବକାନ୍ତ ପାଣିଗ୍ରାହୀ, ସମ୍ମାନିତ ଅତିଥି ରୂପେ ସରପଞ୍ଚ ପ୍ରତିନିଧି ଡିଲେଶ୍ୱର୍‌ ଜାଲ, ବନପାଳ ସୁଧୀର ଜେନା, ଘାସିରାମ ଦୀକ୍ଷିତ, ଅରବିନ୍ଦ ଧାରୁଆ, ଜ୍ୟୋତି ରଞ୍ଜନ ପଣ୍ଡା, ତାପସ ବେହେରା, ଉମାକାନ୍ତ ପ୍ରଧାନ, କୁନୁ ବାରିକ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ ଉପରେ ଆଲୋକପାତ କରିଥିଲେ । ପରେ ଗାଁ ଜଙ୍ଗଲରେ ଗ୍ରାମବାସୀଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର କାଲସାଏ, କୁନୁ ବରିହା, ଧର୍ମେନ୍ଦ୍ର ବାରିକ, ବ୍ରହ୍ମା ନନ୍ଦ ସାହୁ ସମେତ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ପରିବେଶପ୍ରେମୀ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଆମ ଜଙ୍ଗଲ ଯୋଜନା ଡିଓ ତହସିଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment