ପାରଳାର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସକାଳୁ ସକାଳୁ ସହରରେ ଥିବା ବିଭିନ୍ନ ଶୈବପୀଠ ଗୁଡ଼ିକରେ ଭକ୍ତମାନେ ନଡ଼ିଆ , କଦଳୀ, ବେଲ ପତ୍ର , ଧୂପ ଦୀପ ଧରି ପୂଜାର୍ଚ୍ଚନା କରିଛନ୍ତି ।ଶାନ୍ତି ଶୃଙ୍ଖଳା ସକାଶେ ବିଭିନ୍ନ ଶୈବପୀଠ ଗୁଡିକରେ ପୋଲିସ ମୃତୟନ କରାଯାଇଥିଲା । ସେହିପରି ଜିଲ୍ଲାର ପୁରପଲ୍ଲୀରେ ଥିବା ଶୈବ ମନ୍ଦିର ଗୁଡିକରେ ମଧ୍ୟ ସେହିଭଳି ପୂଜାର୍ଚ୍ଚନା କରାଯାଇଛି । ସହରର ବିଭିନ୍ନ ଶୈବମନ୍ଦିରରେ ସନ୍ଧ୍ୟା ସମୟରେ ଆଳତୀ ଦର୍ଶନ କରିବା ସଙ୍ଗେ ସଙ୍ଗେ ପ୍ରଦୀପ ପ୍ରଜ୍ୱଳନ କରି ଶିବଙ୍କ ସ୍ତୁତି ଗାନ କରାଯାଇଥିଲା ।ଶିବଙ୍କ କୃପା ଲାଭ ଓ ମନସ୍କାମନା ପୂରଣ ସକାଶେ ଭକ୍ତ ମାନେ ଉପବାସ ରହି ପୂଜାର୍ଚ୍ଚନା କରୁଛନ୍ତି । ଶିବଙ୍କ ମହାଦୀପ ଉଠିବାର ଦର୍ଶନ ସକାଶେ ଭକ୍ତମାନେ ଦୀପ ଜଳାଇ ବସିଛନ୍ତି । ସହରର ରାମ ଲିଙ୍ଗେଶ୍ୱର, ଧବଳେଶ୍ୱର, ଗୁପ୍ତେଶ୍ୱର,ଗୋକୋନେଶ୍ୱର ଏହି ଭଳି ବିଭିନ୍ନ ଶୈବପୀଠରେ ଭିଡ଼ ଜମିଥିଲା ।

Comments (0)
Add Comment