ଗଜପତି ଜିଲ୍ଲାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜୀବିକା ବିକାଶ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ତ୍ରିରଙ୍ଗା ପତାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।ସେଥିପାଇଁ ଦୁଇଟି ମିଶନ ଶକ୍ତି ସିଲେଇ କେନ୍ଦ୍ର କୁ ଦାୟିତ୍ୱ ଦିଆ ଯାଇଛି । ରାୟଗଡ ମିଶନ ଶକ୍ତି, ରାୟଗଡ ଏବଂ ମିଶନ ଶକ୍ତି ଜିରାଙ୍ଗ ରାୟଗଡର ତାଲିମ ପ୍ରାପ୍ତ ସିଲେଇ ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ୩୦ ଲକ୍ଷ ତ୍ରିରଙ୍ଗା ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ହେବାକୁ ଯାଉଛି ।ଏହି କ୍ରମରେ ଗଜପତି ଜିଲ୍ଲାରେ ୫୦ ହଜାର ତ୍ରିରଙ୍ଗା ନିର୍ମାଣ କରାଯିବ ।ଏହି କାର୍ଯ୍ୟ କୁ ୫୫ ଜଣ ମହିଳା ପ୍ରସ୍ତୁତ କରୁଛନ୍ତି ।ଏହି କାର୍ଯ୍ୟ ସୁଚାରୁ ରୁପେ କରି ସାରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଏହା ସହର ବାସୀଙ୍କୁ ବଣ୍ଟନ ଯିବ ।ସମ୍ପୂର୍ଣ୍ଣ ଦେଶରେ ୭୫ ବର୍ଷ ସ୍ୱାଧୀନତାକୁ ସ୍ମରଣ କରିବା ଏବଂ ସ୍ୱାଧୀନତା ପାଇଁ ନିଜ ଜୀବନ ବ୍ୟାପି ସାଧନା ଓ ଜୀବନକୁ ବଳିଦାନ ଦେଇଥିବା ଦେଶପ୍ରେମୀଙ୍କୁ ସ୍ମରଣ କରିବା ପାଇଁ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଅନୁରୋଧ କରାଯାଇଛି । ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତ୍ରିରଙ୍ଗା ନିର୍ମାଣ କାର୍ଯ୍ୟ ପରିଚାଳିତ ହେଉଛି ।

Comments (0)
Add Comment