ନବରଙ୍ଗପୁର: ଜିଲ୍ଳା କଂଗ୍ରେସ ଭବନ ଠାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ବର୍ଷ ଜନ୍ମ ତିଥିରେ “ଶ୍ରଦ୍ଧାଞ୍ଜଳୀ’ ଦିବସ ରୂପେ ଜିଲ୍ଲା ସଭାପତି ଶ୍ରୀ ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ବରିଷ୍ଠ ନେତା ସଦନ ନାୟକ, ସତ୍ୟନାରାୟଣ ତ୍ରିପାଠୀ, ଦିଲ୍ଲିପ ବେହେରା, ପ୍ରଦୀପ ସାହୁ, ବୃନ୍ଦାବନ ତ୍ରିପାଠୀ , ଅବଦୁଲ୍ ଫି ରୋଜ ଶ୍ରୀ ସୁନାମ ପତ୍ର ସୁନା, ନବକିଶୋର ମନ୍ଦାର, ଦେବକାନ୍ତ ପଣ୍ଡା, ବାସୁଦେବ ପଟ୍ଟନାୟକ, ଶେଖ୍ ଚାନ୍ଦ ଉଷ୍ମାନି, ସୁରଜ୍ ଲାଲ,ଭବାନୀ ସାହୁ, ଉର୍ଦ୍ଧବ ପ୍ରଧନି, ବାମଦେବ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଗାନ୍ଧୀଙ୍କ ସ୍ମୁତି ଚାରଣ କରିଥିଲେ । ସଭାରେ ଯୁବ ମାନସର ପ୍ରତୀକ ଦେଶର ସର୍ବ କନିଷ୍ଠ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସମୟରେ ଦେଶରେ ପଞ୍ଚାୟତ ରାଜ ବ୍ୟବସ୍ଥା, କମ୍ପ୍ୟୁଟରର ବହୁଳ ବ୍ୟବହାର,୧୮ ବର୍ଷ ରେ ଭୋଟ ଦେବା ଅଧିକାର ଭଳି ଅନେକ ଯୋଜନା ପ୍ରଣୟନ କରିଥିଲେ । ଯୁବକ, ଯୁବତୀ ମାନେ କିଭଳି ଆତ୍ମ ନିର୍ଭରଶୀଳ ହେବାସହ ଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ସେଥିପାଇଁ ସଦାବେଳେ ଚିନ୍ତିତ ଥିଲେ । ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା କଂଗ୍ରେସ ଦଳର ମୁଖ୍ୟ ଆଦର୍ଶ ବୋଲି ବରିଷ୍ଠ ନେତା ସଦନ ନାୟକ ଉପସ୍ଥାପନ କରିବା ସହ ଯୁବ ପିଢ଼ିଙ୍କୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ ।