ପୂର୍ବତନ ଥାନା ଆଇଆଇସିଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ଚକାପାଦ ଥାନା ଅଧିକାରୀ ହରିବନ୍ଧୁ ପରିଡ଼ାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକା ୪ ମାସ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟଯେ, ପରିଡା ଚକାପାଦ ଥାନାରେ ଥିବାବେଳେ ଜଣଙ୍କର ମାମଲାର ରଫାଦଫା କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ପରିଡାଙ୍କୁ ଗିରଫ କରିବାସହ ଲାଞ୍ଚ ଟଙ୍କା ଉଦ୍ଧାର କରିଥିଲେ । ଏ ନେଇ ଭିଜିଲାନ୍ସ ବିଭାଗ ୩୪/୧୮ରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ଜଜ ଉପରୋକ୍ତ ରାୟ ଶୁଣାଇଛନ୍ତି । ଉକ୍ତ ମକଦ୍ଦମାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭି.ଭି.ରାମଦାସ ପରିଚାଳନା କରୁଥିଲେ ।

Comments (0)
Add Comment