ସ୍ୱଚ୍ଛତା ରଥର ଜିଲ୍ଲା ପରିକ୍ରମା

ପୁରୀ : ସ୍ୱଚ୍ଛତା ସମସ୍ତଙ୍କ ପାଇଁ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ । ସ୍ୱଚ୍ଛତା ହିଁ ସେବା । ଏହାକୁ ବ୍ୟକ୍ତିଗତ,ଗୋଷ୍ଠୀ ଗତ ଓ ସାମୂହିକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପୁରୀ ଜିଲ୍ଲାର ୨ ଗୋଟି ସ୍ୱଚ୍ଛତା ରଥକୁ ଆଜି ଉଦଘାଟନ କରିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର । ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରୁ ଏହାକୁ ଉଦଘାଟନ କରି ଏହି ରଥ ଜିଲ୍ଲାର ୧୧ ଗୋଟି ବ୍ଲକ ପରିକ୍ରମଣ କରି ଲୋକମାନଙ୍କୁ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ରଥ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସମସ୍ତ ବ୍ଲକ ପରିକ୍ରମା କରିବ । କଠିନ,ତରଳ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ଏହି ରଥ ସଚେତନତାର ବାର୍ତ୍ତା ବାଣ୍ଟିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରେଖା ଦାସ, ସହକାରୀ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅର୍ଥ ବାଣୀଭୂଷଣ ଦାସ, କାକଟପୁର ବିଡ଼ିଓ ତୁଷାର ଜ୍ୟୋତି ରଞ୍ଜନ, ସହକାରୀ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ରେଡିଟ୍‌ ନିଶିତ କୁମାର ଦାସ, ସ୍ୱଚ୍ଛତା ମିଶନର ଜିଲ୍ଲା ସଂଯୋଜକ ଦିପ୍ତୀ ରଞନ ପ୍ରଧାନ ଓ ଜିଲ୍ଲା ପରିଷଦର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment