ଆସନ୍ତାକାଲି ଭୁବନେଶ୍ୱରରେ ଦିନ ୧ଟା ପରେ ସ୍କୁଲ ଛୁଟି

ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ନିଜ ଗୃହ ରାଜ୍ୟକୁ ଆସୁଥିବା ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନରେ ରାଜ୍ୟ ସରକାର ସମଗ୍ର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅଧା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ୧୦ ତାରିଖ ଅପରାହ୍ନ ୧ଟାରୁ  ହେବ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ସରକାରୀ ଅଫିସ, ସରକାରୀ ଓ ବେସରକାରୀ(ସ୍କୁଲ, କଲେଜ) ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଗୃହ ରାଜ୍ୟକୁ ପ୍ରଥମ ଗସ୍ତ ସମ୍ମାନାର୍ଥେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆଜି ଏହି ଛୁଟି ନେଇ ସୂଚନା ଦିଆଯାଇଛି ।

Comments (0)
Add Comment