ଭିଜିଲାନ୍ସ ଜାଲରେ ଗୁଡଭେଲା ବିଡିଓ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଲାଞ୍ଚ ନେବାବେଳେ ଧରାପଡିଲେ ଗୁଡଭେଲା ବିଡିଓ । ସୂଚନା ଅନୁସାରେ ଜଣେ ଠିକାଦାର ଠାରୁ ୧ଲକ୍ଷ ଅଶୀ ହଜାର ଟଙ୍କା ନେବାବେଳେ ବିନୋଦ କୁମାର ନାଏକ OAS-1(Jr) ଧରାପଡିଛନ୍ତି । ପୁରୁଣା ବାକିଆ ବିଲ ଓ ନୂଆକାମ ପାଇଁ ନାଏକ ଦାବୀ କରିଥିଲେ । ଅଧିକ ତଦନ୍ତ ପାଇଁ ୩ଟି ସ୍ଥାନରେ ଚଢାଉ ଚାଲିଛି । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ମାମଲ ଦାଏର କରାଯାଇଛି । ଜଣେ ଓଏସ୍‌ ଅଧିକାରୀଙ୍କ ମୋଟା ଅଙ୍କର ଲାଞ୍ଚ ଓ ଭିଜିଲାନ୍ସ ହାତରେ ଧରାପଡିବା ଜିଲ୍ଲାର ଚର୍ଚ୍ଚାର ବିଷୟ ହୋଇଛି ।

Comments (0)
Add Comment