ବାଲିଗୁଡ଼ା: ରାଜ୍ୟ ସ୍ତରୀୟ ଭାରତ ସ୍କାଉଟ୍ ଏବଂ ଗାଇଡ଼ସର ଜାଗୃତି କ୍ୟାମ୍ପ୍ ରାଜ୍ୟ ତାଲିମ କେନ୍ଦ୍ର ବରଗାଁ, ସୁନ୍ଦରଗଡ଼ଠାରେ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିରିଶଟି ଶିକ୍ଷା ଜିଲ୍ଲା ଓ ଆଠଟି ଏସ୍ଏସ୍ଡ଼ି ଜୋନ୍ରୁ ୧୦୫୦ ଜଣ ସ୍କାଉଟ ଗାଇଡ୍ସ ୯୨ଜଣ ସ୍କାଉଟ୍ ଶିକ୍ଷକ ଓ ଗାଇଡ଼ କ୍ୟାପଟେନ ଯୋଗ ଦେଇଥିଲେ । ଏହି କ୍ୟାମ୍ପରେ ରାଜ୍ୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କନ୍ଧମାଳ ଜୋନ୍ର ସ୍କାଉଟ ମାଷ୍ଟର ତୀର୍ଥବାସୀ ଘଡ଼ାଇ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରି ମୋ ଦୃଷ୍ଟିରେ ଜାଗୃତି ଓ ଏସ. ଡ଼ି. ଜୀ. ସତରଟି ପଏଣ୍ଟ ଉପସ୍ଥାପନା କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଏଥିସହିତ ମୁଖ୍ୟ କମିଶନର ଡଃ.କାଳିପ୍ରସାଦ ମିଶ୍ର ଓ ମୁଖ୍ୟ ପ୍ୟାଟ୍ରନଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଲାଭ କରି ବାଲିଗୁଡ଼ା ତଥା କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ବର୍ତ୍ତମାନ ତୀର୍ଥବାସୀ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତର ଗଟାଙ୍ଗି ଆଶ୍ରମ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ଏଥିସହିତ ବାଲିଗୁଡା ଉପଖଣ୍ଡ ଉତ୍ସବ ପାଳନ କମିଟିର ସହ ସମ୍ପାଦକ, ଉପଖଣ୍ଡ କ୍ରୀଡା ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମୂହର ବାଲିଗୁଡା ସଂକୁଳ ପ୍ରମୁଖ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ତୀର୍ଥବାସୀ ।