ଆକାଂକ୍ଷା ମହିଳା ସଂଗଠନ ତରଫରୁ ବିଶ୍ୱ ଜଳ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ତନୟା ନଦୀ ତଟରେ ବିଶ୍ୱ ଜଳ ଦିବସ ପାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ଦାସ ମୁଖ୍ୟ ଅତିଥି ଭାବେ, ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଳା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାରମ୍ଭରେ ନଡିଆ ଭାଙ୍ଗି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଜଳ ହେଉଛି ଜୀବନ । ଜଳ ବ୍ୟତୀତ ଏ ସମସ୍ତ ଜୀବଜଗତର ଅସ୍ତିତ୍ୱ ନାହିଁ । ଜଳକୁ ନଷ୍ଟ ନକରି ସୁରକ୍ଷିତ କିଭଳି କରିପାରିବା । ଯାହାକି ଆଗମୀ ପିଢ଼ି ପାଇଁ ଜଳର ଅଭାବ ରହିବ ନାହିଁ । ଆମେ ବଞ୍ଚିବାକୁ ହେଲେ ଜଳର ସଠିକ ଭାବରେ ଉପଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ । ତେଣୁ ଆକାଂକ୍ଷା ମହିଳା ସଂଗଠନ ତରଫରୁ ନଦୀ ତଟକୁ ଯାଇ ଚନ୍ଦନ ଧୂପଦୀପ ପୁଷ୍ପ ଓ ଭୋଗ ଅର୍ପଣ କରି, ହୁଳହୁଳି ମାଧ୍ୟମରେ ବନ୍ଦାପନା କରି ଜଳ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଜଳର ବିନିଯୋଗ ସଠିକ୍‌ ଭାବରେ କରିବା ପାଇଁ ନଦୀ କୂଳରେ ଥିବା ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ସଙ୍ଗଠନର ସଦସ୍ୟ ମାନେ ହାତରେ ଚଞ୍ଚୁଣି ଧରି ନଦୀ କୂଳରେ ପଡିଥିବା ଆବର୍ଜନାକୁ କିଛି ମାତ୍ରାରେ ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର, ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ, ଶିଶୁ କଲ୍ୟାଣ କମିଟିର ସଦସ୍ୟା ଶ୍ରୀମତୀ ଅଳକା ସାହୁ, ଶ୍ରୀମତୀ ମଞ୍ଜୁଳା ଚୌଧୁରୀ, ଶ୍ରୀମତୀ ମମତା ପାତ୍ର,ପି. ପୁଷ୍ପାଲତା ଓ ଅନ୍ୟାନ୍ୟ ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Comments (0)
Add Comment