ଫୁଲବାଣୀ :କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ଫୁଲବାଣୀ ଗ୍ରାମିଣ ମଣ୍ଡଳ ସଭାପତି ଆଦିତ୍ୟ କହଁରଙ୍କ ନେତୃତ୍ୱରେ ଏକ ରାଲି ମାଧ୍ୟମରେ ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ଆଲାମି, ତୁଡ଼ିପାଜୁ,ଦଡ଼କି, ଗ୍ରାମ ପଞ୍ଚାୟତର ସମସ୍ତ ବାସିନ୍ଦା ମିଳିତ ଭାବେ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରିବା ସହ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମ ଗୁଡିକରେ ସଂଯୋଗ ହୋଇଥିବା ବିଦ୍ୟୁତ୍ ବାରମ୍ବାର ଅଘୋଷିତ ଭାବରେ କଟା ଯିବା ଫଳରେ ଛାତ୍ର ଛାତ୍ରୀ ମାନେ ଠିକରେ ପାଠପଢି ପାରୁ ନାହାନ୍ତି, ମାମାନେ ସନ୍ଧ୍ୟା ସମୟରେ ରୋଷେଇ କରି ପାରୁ ନାହାନ୍ତି । ମାସକୁ ମାସ ବିଦ୍ୟୁତ୍ ବିଲ୍ ପଇଠ କଲା ପରେ ମଧ୍ୟ ଅତ୍ୟଧିକ ବିଲ୍ ଆସୁଛି, ୧୯୧୨ କୁ କଲ କଲା ପରେ ମଧ୍ୟ ତା ପର ଦିନ ଆସୁଛନ୍ତି, ମାସକୁ ମାସ ବିଲ ପୈଠ କଲା ପରେ ମଧ୍ୟ ବିଲ ଆସୁଛି,ଗ୍ରାମ ଗୁଡିକକୁ ଯାତାୟତ ସମସ୍ୟା ଓ ଜଙ୍ଗଲ ମଧ୍ୟରେ ଥିବା ହେତୁ ସ୍ମାର୍ଟ ପ୍ରି-ପେଡ୍ ଲଗାଇଲେ ବହୁ ସମସ୍ୟା ହେବ ଏଣୁ ଏହାକୁ ଲଗେଇବା ବନ୍ଦ କରାଯାଉ ଏପରି ବିଭିନ୍ନ ଦାବି ଲିଖିତ ଅଭିଯୋଗ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଭଗବାନ ମହାନ୍ତି, ଲିଙ୍ଗରାଜ ଦଳ ବେହେରା, ଦେବନାରାୟଣ ପ୍ରଧାନ, ଜିଲ୍ଲା ସଂପାଦକ ପରେସ ମହାପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମିତାରାଣୀ ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଗୋଲକ କହଁର, ଉପସଭାପତି ସୁଧାଂଶୁ ଗୁରୁ, ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ(ଟିକୁ) ପ୍ରମୁଖ ଉପସ୍ଥିତ ଥିଲେ ।