ଫୁଲବାଣୀ: କନ୍ଧମାଳ ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଫୁଲବାଣୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ୱର ଅଭିଯୋଗ ଶୁଣାଣି କରିଥିଲେ । ଏଥିରେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲାପାରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଜିଲ୍ଲା ଆପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।ସମୁଦାୟ ୯୪ ଟି ସାମୂହିକ ଏବଂ ବ୍ୟକ୍ତିଗତ ଅଭିଯୋଗ ଗ୍ରହଣ କରାଯାଇଥିଲା । ଏଥିରୁ ୭୯ଟି ବ୍ୟକ୍ତିଗତ ଅଭିଯୋଗର ସମାଧାନ କରାଯାଇଥିବା ବେଳେ ୧୫ ଟି ସାମୂହିକ ଅଭିଯୋଗ ଗୁଡିକୁ ବିଭିନ୍ନ ବିଭାଗ ଜରିଆରେ ସମାଧାନ କରାଯାଇଛି । ସେହିପରି ଅନ୍ୟାନ୍ୟ ୩ଟି ଅଭିଯୋଗର ମଧ୍ୟ ସମାଧାନ କରାଯାଇଛି ।