କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଗୋପ ଓ କଣାସ ବନ୍ୟାଞ୍ଚଳ ପରିଦର୍ଶନ

ପୁରୀ : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲ୍ଲାର ଗୋପ ଓ କଣାସ ବ୍ଲକ ର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ । ଗୋପ ବ୍ଲକର ଖଣ୍ଡିଆକୁଦ ସ୍ଥିତ ଘାଇ ସ୍ଥଳକୁ ଆୟୁକ୍ତ ବୁଲି ଦେଖିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ବିପନ୍ନଙ୍କୁ ସରକାରୀ ନିୟମ ଆଧାରରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ସେ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ପରେ କଣାସ ବ୍ଲକର ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିଥିଲେ । ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି ଓ ଲୋକ ମାନଙ୍କ ସହ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଆଲୋଚନା କରିଥିଲେ । ସରକାରୀ ନିୟମ ଆଧାର ରେ ପ୍ରଭାବିତ ଲୋକ ମାନଙ୍କୁ ସମସ୍ତ ପ୍ରକାରର ସହଯୋଗ ତ୍ୱରାନ୍ୱିତ ପ୍ରକ୍ରିୟାରେ ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦିଲିପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଜମି ଅଧିଗ୍ରହଣ କୈଳାସ ଚନ୍ଦ୍ର ନାୟକ, ଗୋପ ବିଡିଓ ଦୀପ୍ତି ରାଣୀ ଦାସ, ତହସିଲଦାର ଏସ କେ ସାଗିର, କଣାସ ବିଡ଼ିଓ ଲୋଚନ ଦାସ, ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment