ପୁରୀ ଜିଲାରେ ତିଆରି ହେବ ୪୨ କିଲୋମିଟର ଲୁଣାବନ୍ଧ

ପୁରୀ : ପୁରୀ ଜିଲାରେ ତିଆରି ହେବ ୪୨ କିଲୋମିଟର ଲୁଣାବନ୍ଧ । କାକଟପୁର ଓ ବ୍ରହ୍ମଗିରିରେ ତିଆରି ହେବ ଏହି ଲୁଣାବନ୍ଧ । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଏଥିପାଇଁ ୧୩୧ କୋଟି ୪୧ ଲକ୍ଷ ଟଙ୍କା ମଂଜୁର କରାଯାଇଛି । ରାଜ୍ୟସରକାରଙ୍କ ଏଭଳି ଯୋଜନା ଯୋଗୁ ଜନଜୀବନ ରକ୍ଷା ପାଇବା ସହ ୧୩ ହଜାରରୁ ଅଧିକ ଚାଷଜମି ମଧ୍ୟ ସୁରକ୍ଷିତ ରହିବ । ଏହି ପ୍ରାଚୀର ୨୫୦ କିଲୋମିଟର ବେଗର ପବନକୁ ମଧ୍ୟ ଅଟକାଇ ପାରିବାର କ୍ଷମତା ରଖିବ ବୋଲି ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାସ, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତି ଓ ପୁରୀ ଜିଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଉପସ୍ଥିତ ଥିଲେ ।

Comments (0)
Add Comment