ଘୁଞ୍ଚିଲା ଏଏସଓ ପରୀକ୍ଷା

ଭୁବନେଶ୍ୱର : ଏଏସଓ ପରୀକ୍ଷାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସାରା ରାଜ୍ୟରେ ବନ୍ୟାସ୍ଥିତି ସୃଷ୍ଟି ହୋଇଥିବାରୁ ଜନଜୀବନ ଠପ ହୋଇଯାଇଛି । ଏହାକୁ ଆଖି ଆଗରେ ରଖି ଆସନ୍ତା ରବିବାର ଦିନ ହେବାକୁ ଥିବା ଏଏସଓ ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି । ତେବେ ପରୀକ୍ଷା କେବେ ହେବ ସେନେଇ କିଛି ଘୋଷଣା କରାଯାଇନାହିଁ । ବନ୍ୟା ସ୍ଥିତି ଟଳିବା ପରେ ସ୍ଥିତି ଦେଖି ପରୀକ୍ଷା ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବବୋଲି ଜାଣିବାକୁ ମିଳିଛି ।

Comments (0)
Add Comment