ଗନ୍ଧରାଡି କଲେଜରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଶୃଙ୍ଖଳିତ ଓ ପ୍ରତିଷ୍ଠିତ କରି ଦେଶ ଓ ଜାତୀର ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ପ୍ରଭାତୀ ତ୍ରିପାଠୀ, ଅଧ୍ୟାପକ ଧ୍ରୁବ ଚରଣ ପାଣିଗ୍ରାହୀ, ଅଧ୍ୟାପକ ପ୍ରସନ୍ନ ଶତପଥୀ ଯୋଗ ଦେଇ ଜାତୀୟ କ୍ରୀଡ଼ା ଦିବସ ପାଳନ ଓ ଏହାର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଉପଲକ୍ଷେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷାରେ ସର୍ବାଧିକ ୫୩୫ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ସୁନିତା ମେହେରଙ୍କୁ କଲେଜ ପକ୍ଷରୁ ସ୍ୱତନ୍ତ୍ର ପୁରସ୍କୃତ କରାଯାଇଥିଲା ।ଶେଷରେ ଶାରୀରିକ ଶିକ୍ଷକ ସୁବାଷ ଭୋଇ ଧନ୍ୟବାଦ ଦେଇଥିଲେ ।

Comments (0)
Add Comment