ରାଜ୍ୟସ୍ତରୀୟ କରାଟେ ପେଞ୍ଚାକ ସିଲାଟ ସେମିନାର ଉଦ୍‌ଯାପିତ

ନବରଙ୍ଗପୁର: ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ସେମିନାର ସ୍ଥାନୀୟ ଗାନ୍ଧିନଗର ସ୍ଥିତ ବୈଭବ କଲ୍ୟାଣ ମଣ୍ଡପ ପରିସରରେ ମୁଖ୍ୟ ଅତିଥି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ଦ୍ୱାରା ଉଦଯାପିତ ହୋଇଯାଇଛି । ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକଙ୍କୁ କ୍ରୀଡ଼ା ସହ ଜଡିତ ରହିବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି । ବୈଠକରେ ସମ୍ମାନିତ ଅତିଥି ଭାବରେ ପୌରାଧକ୍ଷ କୁନୁ ନାୟକ ଯୋଗ ଦେଇଥିବା ବେଳେ ସଙ୍ଘର ଉପଦେଷ୍ଟା ତଥା ବରିଷ୍ଠ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇ କୃତ୍ତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ମଞ୍ଚରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ ରାମ ପ୍ରାସାଦ ପାତ୍ର, ଜିଲ୍ଲା କ୍ରୀଡା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ,ରେଡକ୍ରସ ସଂଯୋଜକ ଅଖିଳ କୁମାର ଭଟ୍ଟ, ପେଂଚାକ ସିଲାଟର ଅନ୍ତର୍ଜାତୀୟ ରେଫେରି ପ୍ରେମସିଂ ଥାପା ପ୍ରମୁଖ ମଞ୍ଚଆସିନ ଥିଲେ । କାର୍ଯ୍ୟକ୍ରମକୁ ସଙ୍ଘର ଉପଦେଷ୍ଟା ଜଗନ୍ନାଥ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଘର ସଭାପତି ଦୀପକ ସାହୁ, କୋଷାଧ୍ୟକ୍ଷ ତ୍ରିପତି ବେହେରା ଏବଂ ଲିଙ୍ଗରାଜ ବେହେରା ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ତିନି ଦିନ ଧରି ଚାଲିଥିବା ଏହି ସେମିନାରରେ ରାଜ୍ୟର କୋଡ଼ିଏଟି ଜିଲ୍ଲାରୁ ସମସ୍ତ ସଙ୍ଘର ସମ୍ପାଦକ,କୋଚ, ରେଫେରି ଏବଂ କ୍ରୀଡା ବିଚାରକ ଯୋଗ ଦେଇଛନ୍ତି । ଏହି ସେମିନାରରେ ଆନ୍ତର୍ଜାତିକ ରେଫେରି ଓ କୋଚ ପ୍ରେମସିଂ ଥାପା ଏବଂ ହରିଷ ବେହେରା ପେଞ୍ଚାକ ସିଲାଟ କ୍ରୀଡ଼ାର ନୂତନ ଭାବେ ପରିବର୍ତ୍ତନ କରାଯାଇଥିବା ବିଭିନ୍ନ ନିୟମ ଏବଂ ବୈଷୟିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦେଇଥିଲେ ।

Comments (0)
Add Comment