ବ୍ରାହ୍ମଣୀଗାଁରେ ସୁନେତ୍ର କାର୍ଯ୍ୟକ୍ରମ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହା ବିଦ୍ୟାଳୟଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪ଟି କ୍ଲଷ୍ଟର ବ୍ରାହ୍ମଣୀଗାଁ, ଝିଞ୍ଜିରିଗୁଡ଼ା, କୁମ୍ଭାରୀ ଗାଁ, କାଟିଙ୍ଗିଆ ଅଞ୍ଚଳର ମୋଟ ୨୮୨ ଜଣ ଛାତ୍ରଛାତ୍ରୀ ନିଜ ନିଜ ଅଭିଭାବକ ଓ ଶିକ୍ଷକ ମାନେ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୭୮ଜଣଙ୍କୁ ଚଷମା ଦେବା ପାଇଁ ଚୟନ କରାଯାଇଥିବା ବେଳେ ତିନି ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦିଆଯାଇଛି ଏବଂ ୫୨ ଜଣଙ୍କୁ ଔଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ସହାୟିକା ଡାକ୍ତର ଅର୍ଚ୍ଚନା ସ୍ୱାଇଁ, ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ସହାୟକ ଏସ.ଏ ଜାହିର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ବି.ଆର.ଟି ରଶ୍ମିତା ସେନାପତିଙ୍କ ସମେତ ଉପରୋକ୍ତ ୪ଟି କ୍ଲଷ୍ଟରର ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଫର୍ମ ପୂରଣ, ପଞ୍ଜିକରଣ ଆଦି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Comments (0)
Add Comment