ଖପ୍ରାଖୋଲ : ଖପ୍ରାଖୋଲ ଥାନା ମାଟିଖାଇ ଛକ ଠାରୁ ପୋଲିସ ଚଢ଼ଉ କରି ପାଞ୍ଚ ଜଣ ଦାଦନ ଶ୍ରମିକଙ୍କୁ ରବିବାର ସକାଳେ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ମାଟିଖାଇ ଗାଁର କିଛି ଶ୍ରମିକ ଦାଦନ ଯାଉଥିବା ଖବର ପାଇ ପୁଲିସ ଏକ ଯାତ୍ରୀ ବାହୀ ବସରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ଶ୍ରମିକ ମାନେ ଗମ୍ଭାରୀ ପଞ୍ଚାୟତ ମାଟିଖାଇ ଗାଁର ବୋଲି ଜଣା ଯାଇଥିବା ବେଳେ ଶ୍ରମିକ ମାନଙ୍କୁ ବଲାଙ୍ଗିର ନେଇ ରେଳ ଯୋଗେ ତାମିଲନାଡୁ ଚାଲାଣ କରାଯାଇଥାନ୍ତା ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୧୯୪/୨୨ ରେ ଏକ ମାମଲା ରୁଜୁ କରି ଉଦ୍ଧାର ୩ ପୁରୁଷ ୨ ମହିଳା ଏବଂ ୩ ନାବାଳିକାଙ୍କୁ ନିଜ ଗାଁକୁ ପଠେଇ ଦିଆଯାଇଥିବା ବେଳେ ଦାଦନ ଦଲାଲ ଅଜିତ ସୁନା (୨୫) ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।