ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀ ରାଧାରାଣୀ

ପୁରୀ : ପବିତ୍ର ଅଁଳା ନବମୀ ପାଇଁ ଉତ୍ସବ ମୁଖରିତ ପ୍ରସିଦ୍ଧ ସାକ୍ଷୀ ଗୋପୀନାଥ ମନ୍ଦିର । ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ନଟବର ବେଶ ଓ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ, ଓଡ଼ିଆଣୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ । ଗତକାଲି ମଙ୍ଗଳବାର ରାତି ୧୧ ଟା ୩୦ରେ ମନ୍ଦିର ଦ୍ୱାର ଫିଟା ନୀତି ପରେ ବିଭିନ୍ନ ନିତିକାନ୍ତି ପରେ ରାତ୍ର ୩ ଟାରୁ ଦର୍ଶନ ଆରମ୍ଭ ହୋଇଛି । ତାହା ବୁଧବାର ବିଳମ୍ବିତ ରାତି ଯାଏ ଚାଲିବ । ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ସେଡବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ୨୦ ପ୍ଲାଟୁନ ପୋଲିସ୍‌ ଫୋର୍ସ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ଶିବିର ବ୍ୟବସ୍ଥା ହୋଇଛି । ଭକ୍ତ ମାନେ କେବଳ ଶ୍ରୀ ରାଧାରାଣୀଙ୍କ ଦର୍ଶନ କରୁଛନ୍ତି । ପାଦ ଦର୍ଶନରେ ପାଦ ସ୍ପର୍ଶ ଉପରେ ପୂର୍ବ ଭଳି କଟକଣା ରହିଛି । ତେବେ ଅଁଳା ନବମୀ ରାଧା ପାଦ ଦର୍ଶନ ନେଇ ପ୍ରଭୁ କୃଷ୍ଣ ଓ ଶ୍ରୀ ରାଧାରାଣୀଙ୍କ ଏକ ସ୍ୱତନ୍ତ୍ର କିମ୍ବଦନ୍ତୀ ରହିଚି ।

Comments (0)
Add Comment