ରାତ୍ରୀକାଳୀନ ଚଢ଼ାଉ କଲେ ଉପଜିଲ୍ଲାପାଳ ; ହାଇୱା ଜବତ, ଏକଲକ୍ଷ ଜରିମାନା

ସୁବର୍ଣ୍ଣପୁର : ଗତ ରାତିରେ ତେଲ ନଦୀରୁ ଗୋଟିଏ ହାଇୱା ବେନିୟମ ବାଲି ଚାଲାଣ କରୁଥିବା ସମୟରେ ବ୍ଲକ ଛକ ଠାରେ ସୋନପୁର ଉପଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ତତ୍ୱାବଧାନରେ ତହସିଲଦାର ନବୀନ କିଶୋର ପାଢ଼ୀ ଓ କାର୍ଯ୍ୟାଳୟର ସୁପରଭାଇଜର ପ୍ରମୁଖ ଚଢ଼ାଉ କରି ବେନିୟମ ବାଲି ଚାଲାଣ ହାଇୱା ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ହାଇୱାକୁ ଜବତ କରି ସୋନପୁର ଟାଉନ ଥାନାରେ ଜିମା ଦିଆଯାଇଛି । ଏଣୁ ଏଣିକି ଆଗକୁ ମଧ୍ୟ ଅନୁରୂପ ଭାବେ ଚଢ଼ାଉ କରାଯାଇ ବେନିୟମ ବାଲି ଚାଲାଣ ତଥା ଅନ୍ୟାନ୍ୟ ବେନିୟମ କାର୍ଯ୍ୟକଳାପ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ନୂତନ ଭାବେ ଯୋଗଦାନ କରିଥିବା ଉପ ଜିଲ୍ଲାପାଳ ଡଃ ମିଶ୍ର ।

Comments (0)
Add Comment