ସୁବର୍ଣ୍ଣପୁର : ଜିଲ୍ଲା ଚାଇଲ୍ଡ ଲାଇନକୁ ଦୁଇ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସୋନପୁର ସଦର ଏନ୍ଜିଓସିସି ସଭାଗୃହ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶିଶୁ ଗୃହ ସୋନପୁରର ଶିଶୁ କଳାକାରମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଅତିଥି ଭାବରେ ରେଆରର ପ୍ରତିଷ୍ଠାତା ଗୌରିଶ୍ୟାମ ପଣ୍ଡା, ରେଆରର ଆଜୀବନ ସଭ୍ୟ ତଥା ଏକ୍ସନ ଏଡ୍ ଇଣ୍ଡିଆ ର ଜାତୀୟ ଆବାହକ ଘାସିରାମ ପଣ୍ଡା, ଶିଶୁ ଅତିଥି ସୁନୀତା ବାରିକ୍, ରେଆରର କୋଷାଧ୍ୟକ୍ଷ ଅଞ୍ଜଳି ନେଗୀ ଯୋଗ ଦେଇଥିଲେ । ଚାଇଲ୍ଡ ଲାଇନ ସଦସ୍ୟ ସୁଦାମ ଗାଇଗରିଆ ସ୍ୱାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ଅନଙ୍ଗ ନେଗି ସଭା ସଂଯୋଜନା କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ଯଥା ବୁଢ଼ାରଜା ଯୁବ ସଂଗଠନ ସୋନପୁର, ଯୁବ ଜ୍ୟୋତି ଯୁବକ ସଂଘ ସୋନପୁର, ସଖି କେନ୍ଦ୍ର ସୋନପୁର, ଯୁବ ମହାସଂଘ ଉଲୁଣ୍ଡା, ରାଧା ମାଟୁପାଲି, ଏଚ୍ ଟୁ ଓ ବିନିକା, ସିୟା ବୀରମହାରାଜପୁର, ଗ୍ରାମଥାନ ସୋନପୁର, ଶିଶୁ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପ୍ରତିନିଧିମାନେ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥଲେ । ଶେଷରେ ସଦସ୍ୟ ଆଶିଷ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ସଦସ୍ୟ ତୃପ୍ତିମୟୀ ପ୍ରଧାନ, ମନୋଜ ସ୍ୱାଇଁ, ଉଦ୍ଧବ ବାଗ, ଗାୟତ୍ରୀ ବହିଦାର, ରୋଜି ମା, ଆନନ୍ଦିନୀ ଷାଣ୍ଢ, ପ୍ରମୋଦ କୁମାର ମଲ୍ଲିକ ସହଯୋଗ କରିଥିଲେ ।