ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଓ ଏନ୍ଏସିର ସାମୂହିକ ବିକାଶକୁ ତ୍ୱରାନ୍ୱିତ କରିବା ସକାଶେ ଦଶପଲ୍ଲା ସ୍ୱାଭିମାନ ମଂଚ ତରଫରୁ ଏକ କୋର୍ କମିଟି ଗଠନ କରାଯାଇଛି । ଏହି କୋର୍ କମିଟିରେ ଦଶପଲ୍ଲା ଅଂଚଳର ବହୁ ସମ୍ମାନସ୍ପଦ ବ୍ୟକ୍ତିବିଶେଷ ସ୍ଥାନ ପାଇଛନ୍ତି । ଏହି କମିଟିର ଉପଦେଷ୍ଟା ଭାବରେ ପୂର୍ବତନ ନୟାଗଡ଼ ଜିଲ୍ଲା ବିଜେଡି ଉପ – ସଭାପତି ପ୍ରଦୋଶ୍ କୁମାର ଜେନା ମନୋନୀତ ହୋଇଥିବାବେଳେ, ସହ-ଉପଦେଷ୍ଟା ଭାବରେ ଏନ୍ଏସି ଚେୟାରମ୍ୟାନ ଇଂ ପୁନମ୍ ପ୍ରିୟଦର୍ଶୀନୀ ଓ ସୁଶାନ୍ତ କୁମାର ସାହୁଙ୍କୁ ମନୋନୀତ କରାଯାଇଛି । କମିଟିର ଅନ୍ୟତମ ସଭ୍ୟ ଭାବରେ, ଜ୍ଞାନରଂଜନ ସିଠ, ଶ୍ୱେତ ମହାନ୍ତି, ନିରଂଜନ ବେହେରା, ପ୍ରସେନଜିତ୍ ସାହୁ, ଦେବରାଜ ସାହୁ, ଗୀରିଶ୍ ସାହୁ, ଅନମ୍ କୁମାର୍ ସେଠୀ, ସଂଜୟ କୁମାର ରାଉତ, କୁନା ସ୍ୱାଇଁ, ବସନ୍ତ କୁମାର ସାହୁ, ସୌମ୍ୟରଂଜନ ରଥ, ନାରାୟଣ ସାହୁ, ଉପେନ୍ଦ୍ର କୁମାର ବେହେରା, ଶ୍ରୀନିବାସ ସାହୁ (କାଳିଆ), ରମେଶ ଚନ୍ଦ୍ର ମହାରଣା ମନୋନୀତ ହୋଇଛନ୍ତି । ଏହି କୋର୍ କମିଟିର ସଦସ୍ୟମାନେ, ଦଶପଲ୍ଲାର ଉନ୍ନତି ପାଇଁ ସଂକଳ୍ପବଦ୍ଧ ହୋଇଥିବା କଥା ସ୍ୱାଭିମାନ ମଂଚର ଆଗଧାଡିର କର୍ମୀ ସନ୍ତୋଷ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।
ଦଶପଲ୍ଲା ସ୍ୱାଭିମାନ ମଞ୍ଚର ଏନ୍ଏସି ଓ ବ୍ଲକ୍ ସ୍ତରୀୟ କୋର୍ କମିଟି ଗଠିତ
