ଅଙ୍ଗନବାଡିର ଶିଶୁଙ୍କୁ ପଚା ଅଣ୍ଡା ଓ ପୋକଡା ଛତୁଆ ମିଳିବା ଘଟଣା, ଗ୍ରାମରେ ପହଞ୍ଚି ତଦନ୍ତ କଲେ ଶିଶୁ ବିକାଶ କର୍ମଚାରୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଗୋଡ଼ିବିଡା ଗ୍ରାମରେ ଅଙ୍ଗନବାଡିର କୋମଳମତି ଶିଶୁଙ୍କୁ ପଚା ଅଣ୍ଡା ଓ ପୋକଡା ଛତୁଆ ଦେବାକୁ ନେଇ ଅଭିବାବକମାନେ କ୍ଷୋଭ ପ୍ରକାଶ କରିବା ସହ ଗତ ୨୪ ତାରିଖରେ ପଚା ଅଣ୍ଡା ଧରି ସିଡିପିଓଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ । ଏନେଇ ହୀରାଂଚଳ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ତେବେ ଏହି ଘଟଣାର ଗୋଟିଏ ଦିନ ପରେ ବିଭାଗର ଦୁଇ ସୁପରଭାଇଜର ଗ୍ରାମରେ ପହଂଚି ଘଟଣାର ତଦନ୍ତ କରିଥିଲେ । ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ଅଧିକାରୀମାନେ ସରପଞ୍ଚ, ୱାର୍ଡମେମ୍ବର, ଯାଞ୍ଚ କମିଟି ଓ ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ପିଲାମାନଙ୍କୁ ଦିଆଯାଇଥିବା ଅଣ୍ଡାକୁ ବଦଳାଇ ଭଲ ଅଣ୍ଡା ଦେବା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପିଲାଙ୍କୁ ସଠିକ ପରିମାଣର ଅଣ୍ଡା ଦେବା ସହ ନିୟମ ଅନୁଯାୟୀ ଖାଦ୍ୟ ଓ ଜଳଖିଆ ଦେବାପାଇଁ କହିଥିଲେ । ପିଲାଙ୍କୁ ପଲିସ ଛତୁଆ ଦେବା ପାଇଁ କହିଥିଲେ । ନିମ୍ନମାନର ଛତୁଆ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ।

Comments (0)
Add Comment