ପାରଳାଖମେୁଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ଲକ କାର୍ଯ୍ୟାଳୟରେ ମହନ୍ର୍ଦ୍ରେତନୟା ଛତୁଆ ପ୍ରସୂତି କନ୍ର୍ଦ୍ରେ, ମିସନ୍ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସ୍ୱାଗତ କରିବା ପରେ ବ୍ଲକର ସଦ୍ ଭାବନା ସଭାଗୃହ ଠାରେ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ନବନିର୍ବାଚିତ ଅଧ୍ୟକ୍ଷ ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଏ ବିଡିଓ ପିତାମ୍ବର ବହେରୋ, ସହକାରୀ ଯନ୍ତ୍ରୀ ଦିଲୀପ ସାହୁ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅର୍ନ୍ତଯ୍ୟାମୀ ଗମାଙ୍ଗ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍. ବିଜୟ କୁମାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧନଶ୍ୱେର ଭୂୟାଁ ପ୍ରମୁଖଙ୍କୁ ପୁଷ୍ପଫୁଲ ସହ ଉପଢୈାକନ ଦେଇ ସ୍ୱାଗତ କରି ମଞ୍ଚାସୀନ ଥିଲେ । ଏହା ସହିତ ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ୍ କରିଥିଲେ । ଏହାପରେ ରୀତିନୀତିରେ ପୂଜାର୍ଚ୍ଚନା କରି ଅଧ୍ୟକ୍ଷ ଆସନ ଗ୍ରହଣ କରିଥିଲେ । ତାଙ୍କୁ ସରସ୍ୱତୀ ଶିଶୁ ମନ୍ଦିରରେ ର୍କମଚାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱାଗତ୍ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିପିଏମ ଲତିକା ଦବେୀ ଓ ପିଇଓ ରାସ ବିହାରୀ ପାତ୍ର ପରିଚାଳନା କରିଥିଲେ । ଊଭୟ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଓ ଉପାଧ୍ୟକ୍ଷ ଶ୍ରୀ ପାଣି ନିଜ ନିଜ ଦାୟିତ୍ୱଗ୍ରହଣ ପରେ ବ୍ଲକର ବିକାଶ ମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ପ୍ରକୃତ ହିତାଧିକାରୀଙ୍କ ଠାରେ ପହଞ୍ଚାଇବା ଉପରେ ପ୍ରାଥମିକତା ରହିବ ବୋଲି କହିଛନ୍ତି ।