ନାବାଳିକାକୁ ଗଣବଳତ୍କାର ଅଭିଯୋଗରେ ୬ ଅଟକ

ସମ୍ବଲପୁର : ଜଣେ ୧୬ ବର୍ଷୀୟା ନାବାଳିକା ସହିତ ବଳପୂର୍ବକ ବଳାତ୍କାର ଅଭିଯୋଗରେ ସ୍ଥାନୀୟ ବୁର୍ଲା ପୁଲିସ ୬ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଗତ ୩୧ ଅଗଷ୍ଟ ରବିବାର ଦିନ ସ୍ଥାନୀୟ ହୀରାକୁଦ ରେଲୱେ ଷ୍ଟେସନ ପଛପଟେ ମଡ଼ିଆ ଡୁଙ୍ଗୁରି ନିବାସୀ ଆସି ବୁର୍ଲା ପୁଲିସ ଥାନାରେ ଲିଖିତ ଅଭିଯୋଗ ଦାଖଲ କଲେ ଯେ ପୂର୍ବରାତିରୁ ତାଙ୍କ ୧୬ ବର୍ଷୀୟା ଝିଅ ନିଖୋଜ ରହିଛି । ନିଖୋଜ ଝିଅର ଖୋଜ ଖବର ନେବା ସମୟରେ ଜଣା ପଡିଲା ଯେ ଗତରାତି ସେ ଏକ ସାମୁହିକ ବଳାତ୍କାରର ଶିକାର ହୋଇଛି ଓ ପୁଲିସ ତାହାକୁ ଉଦ୍ଧାର କରି ଡାକ୍ତରୀ ପରୀକ୍ଷା ପାଇଁ ଭିମସାର ନେଇ ଯାଇଛି । ଏ ବିଷୟରେ ଖବର ପାଇବାକ୍ଷଣି ପୁଲିସ କାର୍ଯ୍ୟାନୁଷ୍ଠାନ ବଳରେ ଜଣେ ମହିଳା ସମେତ ୬ ଜଣଙ୍କୁ ଧରି ପଚରାଉଚରା ଜାରି ରଖିଛି । ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନାରେ କୁହା ଯାଇଛି ଯେ କୁଚିଣ୍ଡାର ଜଣେ ସୁଜାତା ଦାସ ସୁସ୍ୱାଦୁ ଭୋଜନର ଲୋଭ ଦେଖାଇ ଉକ୍ତ ଝିଅକୁ ସମଲେଶ୍ୱରୀ ଢାବାକୁ ଆଣିଥିଲେ, ପରେ ତାଙ୍କ ଭୋଜନରେ ନିଶା ଔଷଧ ମିଶାଇ ତା ସହିତ ସାମୁହିକ ବଳାତ୍କାର କରାଯାଇଥିଲା । ଏହି ସଙ୍କ୍ରାନ୍ତରେ ବ୍ୟବହୃତ ଏକ ରେନିଓ କାର ଜବତ କରାଯାଇଛି ଓ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖାଯାଇଛି । ଏହି ଅଭିଯୁକ୍ତମାନଙ୍କ ଚିହ୍ନଟ ଆକାଶ ଦାସ (୨୮), ମନୋଜ କଟା (୨୭), ସନ୍ୟାସୀ ପ୍ରଧାନ (୨୭), ବିନୋଦ ଝରା (୨୦), ଜଗଦୀଶ ମହାନନ୍ଦ (୫୪) ଓ ସୁଜାତା ଦାସ (୩୪) ରୂପେ କରାଯାଇଛି । ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଜାରି ରହିଛି ଓ ଏହାପରେ ସେମାନଙ୍କୁ ଗିରଫ ସହିତ ବିଚାର ବିଭାଗୀୟ ହେପାଜତରେ ପଠାଇ ଦିଆଯିବ ବୋଲି ଜଣାପଡିଛି ।

Comments (0)
Add Comment