ଚମ୍ପୁଆ: ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ବର୍ଗର ଲୋକମାନେ ହୋଉଥିବା ସାଇବର ଠକେଇରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସଚେତନତା ଯାତ୍ରା ମାଧ୍ୟମରେ ଓଡିଶାର ୩୧୪ ଟି ବ୍ଲକ୍ରେ ତଥା ଥାନା ଅଂଚଳରେ ଜନସାଧରଣଙ୍କୁ ସଚେତନ କରିବା ଆରମ୍ଭ କରାଯାଇଛି । ଏକ ସଚେତନତା ବାର୍ତା ବହନ କରୁଥିବା ରଥ ମାଧ୍ୟମରେ ବିଭିନ୍ନ ଛକ ସ୍ଥାନରେ ପୋଲିସ ଓ ପ୍ରଜେକ୍ଟର ଦ୍ୱାରା ସଚେତନତା କରାଯାଇଛି । ଦିନକୁ ଦିନ ଲୋଭର ବଶବର୍ତ୍ତୀ ହୋଇ ଜନସାଧାରଣ ମାନେ ସାଇବର ଠକେର ଶିକାର ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ୧୯୩୦ ନମ୍ବର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଆଫ୍, ଲିଙ୍କ୍, ଲଟେରୀ, ସେକ୍ସଆଲ୍ ହାରସମେଂଟ ମାଧ୍ୟମରେ ଠକ ମାନେ ଆକାଉଣ୍ଟରେ ଗଚ୍ଛିତ ଅର୍ଥକୁ ସହଜରେ ଲୁଟ୍ କରିନେଉଛନ୍ତି । ଏଥିରୁ ବର୍ତ୍ତିବା ପାଇଁ ପୋଲିସର ଏହି ଅଭିଯାନ ଆରମ୍ଭ କରାଯାଇଛି । ବିଶେଷ ଭାବରେ ସାମାଜିକ ଗଣମାଧ୍ୟମରେ ତଥା ଫ୍ରେଣ୍ଡସିପ୍ ଦ୍ୱାରା ଲୋଭନୀୟ ଉପହାର, କମ୍ ସମୟରେ ଧନୀ ହେବାର ନିଶା ଏହି ସାଇବର ଠକେଇ ପ୍ରମୁଖ କାରଣ ସାଜିଛି । ଏହି ପରିପ୍ରେକ୍ଷୀ ଚମ୍ପୁଆ ମହାବୀର ଛକ ଠାରେ ସାଇବର ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ଉକ୍ତ ରଥକୁ ଚମ୍ପୁଆ ଥାନା ଅଧିକାରୀ ତ୍ରିନାଥ ସେଠୀ ସ୍ୱାଗତ କରିବା ସହିତ ସାଇବର ଠକେଇର ବିଭିନ୍ନ ଦିଗ ସମନ୍ଧରେ ପୁଙ୍ଖାନପୁଙ୍ଖ ମତ ଦେବା ସହିତ ଜନ ସାଧାରଣଙ୍କୁ ଏହି ଠକେଇରୁ ଦୂରରେ ରହିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ।