ନନ୍ଦନବନରେ ୧୧ ଠେକୁଆଙ୍କ ମୃତ୍ୟୁ, ବନବିଭାଗର କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ବୀରନରସିଂହପୁରଠାରେ ଥିବା ନନ୍ଦନବନ ପରିସରରେ ୧୧ ଗୋଟି ଠେକୁଆଙ୍କ ମୃତ୍ୟୁ ହୋଇଯାଇଥିବା ଆଜି ସକାଳେ ଦେଖିବାକୁ ମିଳିଛି । ଠେକୁଆଙ୍କ ସାମୂହିକ ମୃତ୍ୟୁ କିଭଳି ଓ କେମିତି ହେଲା ତାକୁ ନେଇ ପରିବେଶ ଓ ପ୍ରାଣୀପ୍ରେମୀ ମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରେ ନନ୍ଦନବନ ଇକୋ ପାର୍କର କାର୍ଯ୍ୟ ଚାଲିଥିବା ବେଳେ ଗୋଟିଏ ରାତିରେ ୧୧ଗୋଟି ଠେକୁଆଙ୍କ ମୃତ୍ୟୁ ଘଟଣାକୁ ବନ ବିଭାଗ କିଭଳି ଦୃଷ୍ଟିରେ ଦେଖୁଛି ତାହା ଏଥିରୁ ଜଣା ପଡୁଛି ଓ ଆଗାମୀ ଦିନରେ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଉପରେ ଆଙ୍ଗୁଠି ଉଠୁଛି । ଠେକୁଆଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ବନ ବିଭାଗ ଅଧିକାରୀ ମାନେ ପ୍ରକାଶ କରିଛନ୍ତି ।

Comments (0)
Add Comment