ପୁରୀ : ଗତକାଲି ଓମକାରେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା ଘଟଣାରେ ରାକେଶ କୁମାର ନନ୍ଦ ନାମକ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସଦର ତହସିଲଦାର କ୍ଷୀରୋଦ କୁମାର ବେହେରା ଆଜି ଜିଲ୍ଲା ରେଡ଼କ୍ରସ ଶାଖା ପକ୍ଷରୁ ମୃତକ ରାକେଶଙ୍କ ପିତା ହରିହର ନନ୍ଦ ଓ ମାତା ମନୋରମା ନନ୍ଦଙ୍କୁ କୋଡିଏ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ବାସେଳୀ ସାହି ମଙ୍ଗଳାଘାଟ ରୋଡ଼ ସ୍ଥିତ ତାଙ୍କ ଘରେ ତହସିଲଦାର ଶ୍ରୀ ବେହେରା ଏହି ସହାୟତା ରାଶି ପ୍ରଦାନ କରିବା ସହ ଶୋକ ବ୍ୟକ୍ତ କରିଥିଲେ ।