ପୁରୁଣା ପେନସନ କାର୍ଯ୍ୟକାରୀ ଦାବିରେ ସାରା ଭାରତ ବୁଲିଲା ଶିକ୍ଷକ ସଂଘର ସଚେତନତା ରଥ

ସୁବର୍ଣ୍ଣପୁର: ନୂତନ ପେନସନ ବନ୍ଦ କରି ପୁରୁଣା ପେନସନ କାର୍ଯ୍ୟକାରୀ ଦାବିରେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘର ସଚେତନ ରଥ ଆଜି ପହଂଚିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଏହାକୁ ସ୍ୱାଗତ କରିବା ସହ ସୋନପୁର ଓ ମନମୁଣ୍ଡା ସହର ପରିକ୍ରମା କରାଯାଇଥିଲା । ପରେ ସ୍ଥାନୀୟ ପ୍ରତୀକ କଲ୍ୟାଣ ମଣ୍ଡପ ରେ ସୋନପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଭାରତୀୟ ସଂଘର ଉପ ସଭାପତି ରାମ ଅବତାର ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାଥମିକ ଶିକ୍ଷକଙ୍କ ନୂତନ ପେନସନ ଯୋଜନାରେ ସରକାର ଆମକୁ ଧୋକା ଦେଇଛି ବୋଲି ମତ ରଖି ଏହାକୁ ସାରା ଭାରତରେ ଘୋର ବିରୋଧ କରିବୁ ବୋଲି କହିଥିଲେ । ପୁରୁଣା ପେନସନରେ ଅବସର ପରେ ବେତନର ୫୦ %. ସହ ମାହାଙ୍ଗା ଭତ୍ତା ଓ ସ୍ୱାସ୍ଥ୍ୟ ବୀମା ଭଳି ଅନେକ ସୁବିଧା ସୁଯୋଗ ରହିଛି ବୋଲି କହିଥିଲେ । ସଭାକୁ ଡ଼ଃ. ଅନିରୁଦ୍ଧ କୁରକୁରିଆ ପରିଚାଳନା କରିଥିବା ବେଳେ ସଂଘର ମାର୍ଗ ଦର୍ଶକ ପ୍ରଦୀପ ପୁରୋହିତ, ସୋନପୁର ସଂଘର ସଭାପତି ଅନିତା ମେହେର ଓ ମାଲକାନଗିରି ସଭାପତି ନୀଳକଣ୍ଠ ବେହେରା ପ୍ରମୁଖଙ୍କ ସହ ଅନେକ ପ୍ରାଥମିକ ଶିକ୍ଷକ ପ୍ରତିନିଧି ଉପସ୍ଥିତ ଥିଲେ ।

Comments (0)
Add Comment