ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡା ନିକଟରେ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରିବନ କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରଟି ଓଡ଼ିଶା ଦକ୍ଷତା ବିକାଶ କେନ୍ଦ୍ର ଓ ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ କେନ୍ଦ୍ରଟି ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରାମାଞ୍ଚଳ ଖମାରି, ବିଜ୍ଞାନ ଭାରତୀ ଟ୍ରଷ୍ଟର ମେନେଜିଙ୍ଗ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ବିଜ୍ଞାନ ଭାରତୀ ଚେରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ରୂପେସ ପାଣିଗ୍ରାହୀ, ହାଇଟେକ ଗ୍ରୁପର ନିର୍ଦ୍ଦେଶକ ଶ୍ରୀମତୀ ପୁଷ୍ପାଞ୍ଜଳି ପାଣିଗ୍ରାହୀ ପ୍ରମୁଖ ମାଞ୍ଚସିନ ଥିଲେ ।
ଏହି ବିକାଶ କେନ୍ଦ୍ରରେ ଯୁବତୀ ମାନଙ୍କୁ ସିଲେଇ, କମ୍ପ୍ୟୁଟର ତାଲିମ ପ୍ରଦାନ କରାଯିବ । ତାଲିମ ପାଇବା ପରେ ସେମାନେ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେମାନଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ତାଲିମ ନେବା ଯୁବତୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପରିଶେଷରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲାପାଳ ଗଛ ଲଗାଇ ଉତ୍ସାହିତ କରାଇଥିଲେ ଓ ସମସ୍ତଙ୍କୁ ବୃକ୍ଷ ରୋପଣ କରିବାକୁ କହିଥିଲେ ।