ପୁରୀ : ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ ଓଡିଶା ମିଲେଟ ମିଶନ ସୋମବାର ସ୍ଥାନୀୟ ପୁଲିସ ନୋଡାଲ ହାଇସ୍କୁଲ ଓ ଗୋପବନ୍ଧୁ ଆୟୁର୍ବେଦ କଲେଜଠାରେ ଅନୁଷ୍ଠିତ ହୋଇଛି । ଶିଶୁ ମହୋତ୍ସବ ‘ସୁରଭି- ୨୦୨୩’ କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କର ଏକ ଅଭିନବ ପ୍ରୟାସ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ଏବଂ ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସାଧନ କରାଇବା । ମଣ୍ଡଳ ସ୍ତରରେ କୃତିତ୍ୱ ହାସଲ କରିଥିବା ସରକାରୀ , ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗୀତା ଯଥା ଡିବେଟ, ପ୍ରବନ୍ଧ, କୁଇଜ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ, ବିତର୍କ, ସଂଗୀତ, ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ପାରଦର୍ଶିତା ଦେଖାଇଛନ୍ତି ।
ଉତ୍ସବର ପ୍ରାରମ୍ଭରେ ପୁଲିସ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମିହିର ପ୍ରସାଦ ମିଶ୍ର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମମତା ମିଶ୍ର , ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ବରଦା ପ୍ରସନ୍ନ ରାଉତ , ବିତ୍ତ ଅଧିକାରୀ ବିଚିତ୍ରନନ୍ଦ ଜେନା ,ମମତା ବେହେରା , ନାରାୟଣ ଚନ୍ଦ୍ର ମହାନ୍ତି , ରଶ୍ମୀରଞ୍ଜନ ନାୟକ, କମଳକାନ୍ତ ରଥ ପ୍ରମୁଖ ପରିଚାଳନା କରିଥିଲେ । ମହେନ୍ଦ୍ର ଦାସ ଓ କଳ୍ପନା ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ପ୍ରତିଟି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରଯାଇଥିଲା । ପୁଲିସ ନୋଡାଲ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମରଥ ଧନ୍ୟବାଦ ଅର୍ପଣ କରିଥିଲେ ।