ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟି ବୈଠକ

ଫୁଲବାଣୀ : ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟିର ମାନ୍ୟବର ସବ୍‌-କମିଟି -୩ର ଘଟଣାସ୍ଥଳ ପରିଦର୍ଶନ କାର୍ଯ୍ୟକ୍ରମ-୬, ୨୦୨୨ – ୨୩ ଆଜି ଅନୁଷ୍ଠିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ ଏବଂ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ବିଭିନ୍ନ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଉପରେ କମିଟି ଆଜି ସମୀକ୍ଷା କରିଛନ୍ତି । ମାନ୍ୟବର ବିଧାୟକ ଅରବିନ୍ଦ ଢାଲି ଓ ମାନ୍ୟବର ବିଧାୟକ ସତ୍ୟନାରାୟଣ ପ୍ରଧାନ ଆଧାର କାର୍ଡ ଲିଙ୍କ୍‌, ନୂତନ ହିତାଧିକାରୀଙ୍କୁ ଯୋଗ ଓ ମୃତ ହିତାଧିକାରୀଙ୍କ ବାଦ୍‌, ମୋବାଇଲ୍‌ ଓ ବ୍ୟାଙ୍କ ସେଟିଙ୍ଗ୍‌, ଗୋଦାମ ଗୃହ, ମିଲର୍‌ ସଂଖ୍ୟା,ଆର୍‌. ଏମ୍‌.ସି. ଦ୍ୱାରା ଚାଷୀ ମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ, ଜିଲ୍ଲାରେ ହସ୍ତଶିଳ୍ପ କାରିଗରଙ୍କ ସଂଖ୍ୟା, ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା କ୍ରାଫ୍ଟ ସଂଖ୍ୟା ଏବଂ ଏଥିରେ ନିଯୁକ୍ତ ହୋଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଉପରେ ସମୀକ୍ଷା କରିଥିଲେ । ବେସାମରିକ ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ୱାଇଁଙ୍କ ସୂଚନାରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ୧ଲକ୍ଷ ୪୭ହଜାର ୩୯୨ଟି ପରିବାର ପି.ଏଚ୍‌.ଏଚ୍‌. କାର୍ଡ ପାଇଥିବାବେଳେ, ୨୯ହଜାର ୫୬୨ଟି ପରିବାର ଅନ୍ତୋଦୟ ଅନ୍ନ ଯୋଜନା କାର୍ଡ ପାଇଛନ୍ତି । ସେହିପରି ୭୮୦ ଜଣ ଏ.ପି. କାର୍ଡ ପାଇଥିବା ବେଳେ ୩ହଜାର ୫୩୭ଟି ପରିବାର ରାଜ୍ୟ ଖାଦ୍ୟ ନିରାପଦା କାର୍ଡ ପାଇଛନ୍ତି । ଜିଲ୍ଲାରେ ସମୁଦାୟ ୧୭୧ ଗୋଟି ଚାଉଳ ବିକ୍ରୟ କେନ୍ଦ୍ର ରହିଛି । ତା. ୦୮.୦୨. ୨୦୨୩ ରିଖ ସୁଦ୍ଧା ୨୭ ହଜାର ୮୩୯ଜଣ ମୃତ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି । ରେସନ୍‌ କାର୍ଡ ଡାଟାବେସ୍‌ରେ ତା. ୦୮.୦୨.୨୦୨୩ ରିଖ ସୁଦ୍ଧା ଶତକଡ଼ା ୭୪ ଭାଗ ପରିବାରଙ୍କ ମୋବାଇଲ୍‌ ସିଡି ହୋଇଥିବାବେଳେ ଶତକଡ଼ା ୯୬ଭାଗ ପରିବାରଙ୍କର ବ୍ୟାଙ୍କ ଆକାଉଣ୍ଟ ସିଡିଂ ହୋଇପାରିଛି ଏବଂ ଶତକଡ଼ା ୧୦୦ ଭାଗ ଆଧାର ସିଡି ହୋଇପାରିଛି । ସେହିପରି ଶତକଡ଼ା ୯୮ଭାଗ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟ ଭାଲିଡେସନ୍‌ ହୋଇପାରିଛି । ଜିଲ୍ଲାରେ ସମୁଦାୟ ୨୪ ଗୋଟି ପି.ପି.ସି.ରେ ୧ହଜାର ୮୬୮ଜଣ ଚାଷୀଙ୍କ ଠାରୁ ସମୁଦାୟ ୭୦ ହଜାର ୯୧୭ କ୍ୱିଣ୍ଟାଲ ଧାନ କିଣାଯାଇଛି ।
ସହକାରୀ ନିର୍ଦ୍ଦେଶକ, ହାଣ୍ଡିକ୍ରାଫ୍‌, କନ୍ଧମାଳ, ଫୁଲବାଣୀ ଦେଇଥିବା ତଥ୍ୟରୁ ଜଣାପଡ଼ିଛିଯେ, ଜିଲ୍ଲାରେ ସମୁଦାୟ ୧ହଜାର ୧୫୫ଜଣ ହସ୍ତଶିଳ୍ପ କାରିଗର ୫୧ ପ୍ରକାରର ହସ୍ତଶିଳ୍ପ କାର୍ଯ୍ୟ କରୁଛନ୍ତି । ମୁଖ୍ୟତଃ ବାରଖମା, ଜୁନାଗାଁ, କେ. ନୂଆଗାଁ, ଫିରିଙ୍ଗିଆ, ସୁଡୁକୁମାରେ ଏହି ହସ୍ତଶିଳ୍ପ କାମ ବହୁଳ ପରିମାଣରେ କରାଯାଉଛି । ଜିଲ୍ଲାରେ ୨୭ ଜଣ ପୁରସ୍କୃତ ଓ ଅଭିଜ୍ଞ ତଥା କୁଶଳୀ କାରିଗର କାର୍ଯ୍ୟ କରୁଛନ୍ତି । ଶିଳ୍ପୀ ଉନ୍ନତି ଯୋଜନାରେ ୪୧ଜଣଙ୍କୁ ସମୁଦାୟ ୪ ଲକ୍ଷ ୭୦ହଜାର ଟଙ୍କାର ଆର୍ଥିକ ସହାୟତା ମିଳିଛି । ୨୦୨୧-୨୨ଆର୍ଥିକ ବର୍ଷରେ ୨ଜଣ ହସ୍ତଶିଳ୍ପୀ କାରିଗରଙ୍କୁ ରହିବା ସହିତ କାମ କରିବା ପାଇଁ ଗୃହ ମିଳିଛି । ଉକ୍ତ ସମୀକ୍ଷା ବୈଠକରେ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Comments (0)
Add Comment