ବିଶାଳ ବିଶ୍ୱକପ ପ୍ରତିକୃତି ତିଆରି କରି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୨୦୨୩ ବିଶ୍ୱକପ କ୍ରିକେଟ ମ୍ୟାଚ୍‌ର ଫାଇନାଲ ମ୍ୟାଚ୍‌ । ଏହି ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ଇତିହାସ ରଚିବାକୁ କ୍ରିକେଟ ପ୍ରେମୀ ପ୍ରାର୍ଥନା କରୁଛନ୍ତି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡ ଆର୍ଟ ଇନଷ୍ଟାଲାସନରେ ଏକ ବିଶାଳ ବିଶ୍ୱକପ ପ୍ରତିକୃତି ତିଆରି କରି ଟିମ୍‌ ଇଣ୍ଡିଆକୁ ଫାଇନାଲ ମ୍ୟାଚ ଜିତିବାକୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ନିଳାଦ୍ରୀ ବିଚ୍‌ରେ ସୁଦର୍ଶନ ଏହି ସୁନ୍ଦର ବାଲୁକା ଚିତ୍ରକଳାଟି ନିର୍ମାଣ କରିଛନ୍ତି । ବିଶେଷ କଥା ହେଉଚି ଏହି ସ୍ୟାଣ୍ଡ ଆର୍ଟ ଇନଷ୍ଟାଲାସନରେ ୫ ଶହରୁ ଅଧିକ ଷ୍ଟିଲ ଗିନା, ୩ ଶହ ବଲ୍‌ ବ୍ୟବହାର ହୋଇଚି । ଯାହାକି ଆର୍ଟକୁ ଆକର୍ଷଣୀୟ କରିଚି । ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ରେ ଦମଦାର ପ୍ରଦର୍ଶନ କରି ଅପରଜେୟ ରହିଚି । ଏଣୁ ଟିମ୍‌ ଇଣ୍ଡିଆ ସେହିଭଳି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ୨୦୨୩ କ୍ରିକେଟ ବିଶ୍ୱକପ ଜିତୁ ବୋଲି ସୁଦର୍ଶନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ପୁରୀ ନିଳାଦ୍ରୀ ବିଚ୍‌ରେ ଏହି ବିଶାଳ ବିଶ୍ୱକପ ପ୍ରତିକୃତି ଟି ୫୬ ଫୁଟ୍ଲମ୍ବ ରହିଚି । ଏହାକୁ ଦେଖିବକୁ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ଲାଗିଥିଲା ।

Comments (0)
Add Comment