ମଞ୍ଚସ୍ଥ ହେଲା ଗୀତିନାଟ୍ୟ “ଲକ୍ଷ୍ମୀ ପୁରାଣ’

ସୁବର୍ଣ୍ଣପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡେମୀ,ମାଁ କଳାପାଟ କ୍ଲବ, ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦ,ସୁବର୍ଣ୍ଣପୁରର ମିଳିତ ଉଦ୍ୟୋଗରେ ସୁବର୍ଣ୍ଣପୁରର ନୂଆଁ ଟାଉନହଲରେ ମଂଚସ୍ଥ ହୋଇଯାଇଛି । କବି ବୈଷ୍ଣବ ପାଣି, ମହେଶ୍ୱର ଓ ମାଗୁଣି କବିଙ୍କ ଦ୍ୱାରା ରଚିତ ଗୀତିନାଟ୍ୟ ଲକ୍ଷ୍ମୀପୁରାଣ ।
ନାଟକ ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଆଂଜଲୀନା ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ, ସମ୍ମାନିତ ଅତିଥି ଭାବରେ ଶ୍ରୀମତି ତାମସୀ ତାମସ୍ମିତା ନାଏକ , ପୌରାଧ୍ୟକ୍ଷାଙ୍କ ସହିତ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହ-ଜିଲ୍ଲାପାଳ କେ.ରିଚିକୁମାର, ବରିଷ୍ଠ ଅଭିନେତା ରମେଶ ପ୍ରସାଦ ନାୟକ ,ନାଟ୍ୟକାର ଶ୍ୟାମା ଓଁ ପ୍ରସାଦ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଓ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ନାଟ୍ୟ ନିର୍ଦ୍ଦେଶକ ଡକ୍ଟର ପୁରୁଷୋତ୍ତମ ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରେଣ୍ଡି ଏକାଡେମୀର ସଂପାଦକ ସୁରେଶ ପ୍ରସାଦ ରଥ ।
ଜଗନ୍ନାଥ ସଂସ୍କୃତି ପ୍ରତି ସାଧାରଣ ଜନତା ଆକୃଷ୍ଟ ହୋଇ ଜଗନ୍ନାଥମୟ ହେବା ନିମନ୍ତେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପ୍ରଯୋଜନାରେ ଓଡ଼ିଶାର ସମଗ୍ର ତିରିଶିଟି ଜିଲ୍ଲାରେ ମଂଚସ୍ଥ ହୋଇଯାଇଛି ଶ୍ରୀ ଜଗନ୍ନାଥ ସଂପର୍କିତ ନାଟକ । ସେହି କ୍ରମରେ ସୁବର୍ଣ୍ଣପୁରରେ ମଂଚସ୍ଥ ହେଲା ସଂପୂର୍ଣ୍ଣ ପ୍ରାଚୀନ ଲୋକଶୈଳୀର ଗୀତିନାଟ୍ୟ ଲକ୍ଷ୍ମୀପୁରାଣ ।

Comments (0)
Add Comment