ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ଘୋଷଣା କରିଥିବାବେଳେ ରବିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଚୁକ୍ତି ଭିତ୍ତିକ ଗ୍ରୁପ ବି, ଗ୍ରୁପ ସି ଓ ଗ୍ରୁପ ଡି ନିଯୁକ୍ତି ଉଚ୍ଛେଦ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିଲା ।
ତେବେ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ଇନକ୍ରିମେଣ୍ଟ ଲାଗୁ ହେବ । ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି, ତାଙ୍କୁ ବି ବି ଗଣାଯିବ । ନିୟମିତ ହେବା ପରେ ସେମାନଙ୍କ ପଦୋନ୍ନତି ଲାଗୁ ହେବ ।