ନବରଙ୍ଗପୁର: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗ ତରଫରୁ “ସ୍ୱାଧିନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ପଦଚିହ୍ନ’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସଙ୍ଗୀତା ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନବରଙ୍ଗପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଏହି ଶୀର୍ଷକର ଗୁରୁତ୍ୱ ସଂପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଇତିହାସ ବିଭାଗର ଅଧ୍ୟାପିକା ରଞ୍ଜୁଷା ପ୍ରହରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ଡ଼ଃ. ସଂଯୁକ୍ତା ପଣ୍ଡା, ଅଧ୍ୟାପକ ନୃପେନ୍ଦ୍ର ନାଥ ଖୋସଲା, ବିନୋଦ ବିହାରୀ ପ୍ରଧାନ, ତାଇରା ବେଗମ୍, ଡ଼ଃ. ରୋହିଣୀ ରାଣୀ, ତରଣୁମ୍ ଆରା, ଲକ୍ଷ୍ମୀକାନ୍ତ ଶୌରା ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସୁଶ୍ରୀ ସୁନୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।