ଲୋକନାଥଙ୍କ ହୁଣ୍ଡିରୁ ମିଳିଲା ୪,୦୨,୬୫୬ ଟଙ୍କା

ପୁରୀ : ବାବା ଲୋକନାଥଙ୍କ ହୁଣ୍ଡିରୁ ମିଳିଛି ୪,୦୨,୬୫୬ ଟଙ୍କା । ଗତ ତା ୨୨.୧୦.୨୦୨୨ ରିଖରେ ଶେଷ ଥର ପାଇଁ ହୁଣ୍ଡି ଖୋଲା ଯାଇଥିଲା । ଏହା ମଧ୍ୟରେ ବାବା ଲୋକନାଥଙ୍କ ମହାଶିବରାତ୍ରି ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପରାମର୍ଶ କ୍ରମେ ଆଜି ମାଜିଷ୍ଟ୍ରେଟ ଓ ପୋଲିସଙ୍କ ଉପସ୍ଥିତରେ ହୁଣ୍ଡି ଖୋଲାଯାଇଥିଲା । ଏଥିରେ ଡେପୁଟି କଲେକ୍ଟର ରାମଚନ୍ଦ୍ର ପଟ୍ଟନାୟକ, ବାସେଳୀ ସାହି ଆଇଆଇସି କୁଳମଣି ସେଠୀ, ମନ୍ଦିର ମ୍ୟାନେଜର ଅପର୍ତ୍ତି ପରିଡା, ନାଜିର ଭାଗିରଥି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅର୍ଥକୁ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଆକାଉଣ୍ଟରେ ଜମା କରାଯାଇଥିଲା ।

Comments (0)
Add Comment