ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ସ୍ଥାନୀୟ କ୍ଷେତରାଜପୁର ପୁଲିସ ଥାନା ଅନ୍ତର୍ଗତ ଫାର୍ମରୋଡ ଠାରେ ସକ୍ରିୟ ଏକ ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢ଼ାଉ ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ କାଠ ଜବତ ସହିତ କରତକଳ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏହି ମାମଲାରେ ସ୍ଥାନୀୟ ସମ୍ବଲପୁର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଟାଉନ ରେଞ୍ଜରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ବଣ ବିଭାଗକୁ ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ଏହି ଚଢାଉ କରାଯାଇଛି । ଘଟଣାସ୍ଥଳରେ ଯେଉଁ ସଦ୍ୟ କଟାଯାଇଥିବା କାଠ ଜବତ କରାଯାଇଛି, କାରଣ ଏ ବିଷୟରେ ଉପଯୁକ୍ତ କାଗଜ ପତ୍ର ଦେଖାଇବାରେ କରତକଳ ମାଲିକ ବିଫଳ ହେଲେ । ଏହି ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ତଦନ୍ତ ଜାରି ରହିଛି ଓ ଏ ବିଷୟରେ ଆଗକୁ ଆଉ କିଛି ତଥ୍ୟ ଉଦଘାଟନ ହେବାର ଆଶା କରାଯାଉଛି ।

Comments (0)
Add Comment