୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ଉପ-ନିରିକ୍ଷକ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଛକ ଠାରେ ଚଢ଼ାଉକରି ଜ୍ୟୋତି କାନ୍ତ ମହାନ୍ତି(୩୬)ଙ୍କୁ ଗିରଫ କରି ତାଙ୍କ ଠାରୁ ୩୨ଗ୍ରାମ ବ୍ରାଉନ ସୁଗାର(ହିରୋଇନ ) ଜବତ କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଜିଲ୍ଲା ମୋବାଇଲ ସ୍କ୍ୱାଡ କେସ ନଂ – ୨୫୧/୨୨-୨୩ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩,୨୦,୦୦୦/- ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ନାରାୟଣ ବେହେରା, ଏଏସଆଇ ସୁବାସ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା ଏବଂ କର୍ମଚାରୀ ପ୍ରଦୀପ୍ତ କୁମାର ପଣ୍ଡା, ବିଶ୍ୱଜିତ ମହାପାତ୍ର, ଫିରୋଜ ମହାନନ୍ଦିଆ, ଜ୍ୟୋତି, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ

Comments (0)
Add Comment